ବିମାନରେ ଭିକ ମାଗୁଥିବା ଭିକାରିର ଆସିଲା ପ୍ରକୃତ ସତ୍ୟ

ଇସଲାମାବାଦ: ଭିକାରି ବସ୍‌ ଓ ଟ୍ରେନ୍‌ରେ ଭିକ ମାଗିବା ପରେ ବିମାନରେ ଜଣେ ଭିକାରି ଭିକ ମାଗୁଥିବାର ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ କରାଚିର ଏକ ବିମାନରେ ଜଣେ ଭିକାରି ପଶି ଆସି ଭିକ ମାଗୁ ଥିବାର ବାସ୍ତବ ଦୃଶ୍ୟ ଦେଖୁବାକୁ ମିଳିଥିଲା।

ପ୍ରକାଶିକ ରିପୋର୍ଟ ମୁତାବକ, ପାକିସ୍ତାନର କରାଚିରୁ ବ୍ୟାକଂଙ୍କ ଯାଉଥିବା ବିମାନର ଏହି ଘଟଣା ଘଟିଛି। ବିମାନରେ ଚଢ଼ି ଥିବା ଏହି ଭିକାରିକୁ କେହିକେହି ଯାତ୍ରୀ ସାହାଯ୍ୟ କରୁଥିବା ବେଳେ ଅନ୍ୟମାନେ ତାର ନାଗରିକତାକୁ ନେଇ ମଜାକ୍‌ ଉଡାଇଥିଲେ। କେତେଜଣ ଏହି ଭିକାରି ଜଣେ ପାକିସ୍ତାନୀ ବୋଲି କହିଥିଲେ। କିନ୍ତୁ ପାକିସ୍ତାନ ସିଭିଲ୍‌ ଏଭିଏସନ୍‌ ଏହାକୁ ଖଣ୍ଡନ କରି କହିଥିଲେ କି, ଭିକାରି ପାକିସ୍ତାନ ନାଗରିକ ନୁହେଁ। ଏହି ଭିଡିଓଟି ଦୋହାରୁ ଶୀରାଜ ମଧ୍ୟରେ ବନା ଯାଇଛି। ତେବେ ଭିକାରି ଜଣେ ଇରାନ୍‌ର ନାଗରିକ ଅଟନ୍ତି ବୋଲି ଶୁଣିବାକୁ ମିଳିଥିଲା।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ତଦନ୍ତ ହୋଇଥିଲା। ପାକିସ୍ତାନ ପିଏମ୍‌ର ପୂର୍ବତନ ପ୍ରେସ୍‌ ସେକ୍ରେଟରି ଓ ସେଣ୍ଟ୍ରାଲ ଫିଲ୍ମ ସେନ୍‌ସର ବୋର୍ଡର ଚ୍ୟାୟରମ୍ୟାନ୍‌ ଦାନ୍ୟାଲ ଗିଲାନି ଏହି ଭିଡିଓକୁ ନେଇ ଟୁଇଟ କରି ଲେଖିଛନ୍ତି, ଏହି ଭିଡିଓକୁୁ ନେଇ ସୋସିଆଲ ମିଡିଆରେ ଯେଭଳି ଦର୍ଶା ଯାଉଛି ସେଥିରେ ଆଦୌ ସତ୍ୟତା ନାହିଁ। ଏହି ଭିଡିଓ ଦୋହା- ଶ୍ରୀରାଜ ବିମାନର ଭିତରର ଅଟେ। ଏଥିରେ ଯେଉଁ ଭିକାରି ନଜର ଆସୁଛି ସେ ଜଣେ ଇରାନ୍‌ ନାଗରିକ। ଏହି ନାଗରିକ ଫାର୍ସୀରେ କଥାବାର୍ତ୍ତା ହେଉଛି। ବୃଦ୍ଧ ଭିକାରିଙ୍କୁ ବିନା କୌଣସି ଶୁଳ୍କରେ ବିମାନ ଭିତରେ ପ୍ରବେଶ କରିବା ପାଇଁ ଦିଆଯାଇଥିଲା। ସେଥିପାଇଁ ସେ ବିମାନରେ ଚଢ଼ି ଯାତ୍ରୀଙ୍କୁ ଅର୍ଥର ସାହାଯ୍ୟ ମାଗୁଛନ୍ତି। ଏହି ଦୃଶ୍ୟକୁ ବିମାନ ଭିତରେ ଜଣେ ମହିଳା ତାଙ୍କ ମୋବାଇଲରେ କୈଦ୍‌ କରି ନେଇଥିଲେ।

 

ସମ୍ବନ୍ଧିତ ଖବର