ନିଜର ପିଲା ଭଳି ଅହିରାଜକୁ ସାମ୍ପୁ ଲଗାଇ ଗାଧୋଇ ଦେଉଛନ୍ତି ଏହି ଯୁବକ

ନୂଆଦିଲ୍ଲୀ: କିଛିଦିନ ହେବ ସାପକୁ ନେଇ ଅନେକ ବିପଜ୍ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ଅହିରାଜ ସାପର ଭିଡିଓ ସାମ୍ନାକୁ ଆସିଛି। ସାଧାରଣତଃ ସାପ ନାମ ଶୁଣିଲେ ଲୋକେ ଭୟଭୀତ ହୋଇଯାଉଥିବା ବେଳେ ଜଣେ ବ୍ୟକ୍ତି ଅହିରାଜ ସାପକୁ ନିଜ ପିଲା ଭଳି ସାମ୍ପୁ ଲଗାଇ  ପାଇପ ପାଣିରେ ଗାଧୋଉଥିବାର ଦେଖିବାକୁ ମିଳୁଛି।

ସାପବି ଖୁବ ଆରମରେ ଗାଧୋଇବାର ମଜା ନେଉଥିବା ନଜର ଆସିଛି । ଆଉ ଗାଧୋଉଥିବା ଯୁବକ ବିନା ଭୟରେ ଅହିରାଜର ମୁଣ୍ଡଠାରୁ ଲାଞ୍ଚ ପର୍ଯ୍ୟନ୍ତ ପ୍ରଥମେ ସାମ୍ପୁ ଲଗାଇ ଘସିଥିଲେ। ତା’ପରେ ଏକ ପାଣି ପାଇପ ସାହାଯ୍ୟରେ ଘସିଘସି ସେ ସାମ୍ପୁକୁ ସଫା କରି ଦେଇଥିଲେ। ଆଉ ଖୁବ ଧୀରସ୍ଥିର ହୋଇ ସାପଟି ଗାଧୋଉଥିବା ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

 

ଏହି ଭିଡିଓ ଟ୍ୱିଟରରେ @DPrasanthNair ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଥର ଦେଖାଯାଇଛି । ଲୋକମାନେ ଏହି ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ଯୁବକଙ୍କ ସାହସକୁ ମାନିବାକୁ ପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର