ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ଦାବି କରି କହିଛନ୍ତି କି, ‘ପ୍ରେମ ଦିବସ ପୂର୍ବରୁ ଯେମିତି ହେଲେ ବି ମୋତେ ପ୍ରେମିକାଙ୍କ ପାଖରେ ପହଞ୍ଚିବାର ଅଛି। ଏଥିପାଇଁ ମୁଁ ୧୪୦୦ କିଲୋମିଟର ଯାତ୍ରା କରୁଛି। ୫ମାସ ପୂର୍ବରୁ ମୋର ପ୍ରେମିକାଙ୍କ ସହିତ ଟିକଟକ ଜରିଆରେ ଚିହ୍ନା ପରିଚୟ ହୋଇଥିଲା। ପ୍ରେମିକାଙ୍କୁ ଭେଟିବା ପାଇଁ ଜାନୁଆରି ୧୪ ତାରିଖରୁ ମୁଁ ଏହି ଯାତ୍ରା ଆରମ୍ଭ କରିଛି। ଏଥିସହିତ ମୁଁ ନିଜ ଯାତ୍ରାକୁ ନେଇ କ୍ରମାଗତ ଭାବେ ଲୋକଙ୍କୁ ନିଜର ସୂଚନା ଦେଇ ଚାଲିଛି।’

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ବ୍ୟକ୍ତି ଜଣକ ଥାଇଲ୍ୟାଣ୍ଡ‌ରେ ବସବାସ କରନ୍ତି। ସେ ନାଖୋନ ନାୟୋକ ସ୍ଥିତ ନିଜ ଘର ଠାରୁ ସତୁନ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏଠାରେ ତାଙ୍କ ପ୍ରେମିକା ବସବାସ କରୁଥିବା ଜଣାପଡ଼ିଛି। ଏଯାବତ ଦୁହିଁଙ୍କ କେବେ ସାକ୍ଷାତ ହୋଇନାହଁ। ଯାହା ଦେଖା ତାହା କେବଳ ଭିଡିଓ କଲିଂ ଜରିଆରେ ହୋଇଛି।

ଭିଡିଓରେ ବ୍ୟକ୍ତି ଜଣକ କହିଛନ୍ତି, ‘ଫେବ୍ରୁଆରି ୧୪ରୁ ୧୫ ତାରିଖ ଭିତ‌ରେ ପ୍ରେମିକାଙ୍କ ଘରେ ପହଞ୍ଚିବାକୁ ଚେଷ୍ଟା କରିବି। ଏଥିପାଇଁ ମୋତେ ପ୍ରାୟ ୧୪୦୦କିମି ପର୍ଯ୍ୟନ୍ତ ଯାତ୍ରା କରିବାକୁ ହେବ। ପ୍ରେମିକା ଏଥିପାଇଁ ସତୁନ ପର୍ଯ୍ୟନ୍ତ ଚାଲିଚାଲି କିମ୍ବା ଦୌଡ଼ିଦୌଡ଼ି ଯିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ମୋର ‌ଭଲ ପାଇବାକୁ ପ୍ରମାଣ କରିବା ପାଇଁ ମୋତେ ଏସବୁ ନିଶ୍ଚୟ କରିବାକୁ ହେବ। ତେଣୁ ମୁଁ ଘରୁ ବ‌ାହାରି ପଡ଼ିଛି।’

ଭିଡିଓ କ୍ୟାପସନରେ ଲେଖା ହୋଇଛି, ‘ବାସ୍ତବ ‌ଭଲ ପାଇବାକୁ ପ୍ରମାଣ କରିବାକୁ ଦୌଡ଼।’