ଗୋଟିଏ ଭୁଲ ପାଇଁ ରାତାରାତି କୋଟିପତି ହୋଇଗଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: କେହି ଜଣେ ଠିକ କହିଛନ୍ତି କି କାହାର ଭାଗ୍ୟ କେତେ ବେଳେ ବଦଳିବ ତାହା କେହି ଜାଣି ନଥାଆନ୍ତି। ନିକଟରେ ଜଣେ ବ୍ୟକ୍ତିଙ୍କ ସାମାନ୍ୟ ଭୁଲ ହେତୁ ସେ ତାଙ୍କର ଲକ୍ଷାଧିକ ସମ୍ପତ୍ତି ହରାଇ ଦେଇଥିବା ଖବର ସାମ୍ନାକୁ ଆସିଥି‌ଲେ। ଉକ୍ତ ବ୍ୟକ୍ତି ଜଣକ ଏକ ସାପକୁ ମାରିବା ପାଇଁ ପକାଇଥିବା ନିଆଁ ହେତୁ ତାଙ୍କ ଘର ଜଳି ଯାଇଥିଲା।

ତେବେ ଏହାର ଏକ ଓଲଟ ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କର ଭୁଲ ହେତୁ କୋଟିପତି ହୋଇଯାଇଛନ୍ତି। ଉକ୍ତ ବ୍ୟକ୍ତି ଜଣକ ଭୁଲରେ ଦୁଇଟି ଲଟେରି ଟିକେଟ କିଣି ଦେଇଥି‌ଲେ। ‌ସୌଭାଗ୍ୟବଶତଃ ବ୍ୟକ୍ତି ଜଣକଙ୍କ ଦୁଇଟି ଲଟେରି ଉଠି ଯାଇଥିଲା। ଉଠିଥିବା ଦୁଇଟି ଲଟେରିକୁ ମିଶାଇଲେ ବ୍ୟକ୍ତି ଜଣକ ୫.୫ କୋଟି ଟଙ୍କା ଜିତି ଯାଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଆମେରିକାର ଉତ୍ତର କାରୋଲିନା ରାଜ୍ୟରେ ରହୁଥିବା ସ୍କଟି ଥୋମାସ୍ ରାତାରାତି କୋଟିପତି ହୋଇପାରିଛନ୍ତି। ଥୋମାସ୍ କହିଛନ୍ତି, ସେ ଦିନେ ଘରେ ଥିଲେ। ସେହି ସମୟରେ ‌ସେ ଟାଇମ ପାସ ପାଇଁ ‘ଲଟେରି ଫର ଲାଇଫ୍’ ପାଇଁ ଟିକେଟ୍ କିଣିବାକୁ ଯୋଜନା କରିଥିଲେ । ସେ ଘରେ ବିଶ୍ରାମ ନେଉଥିବା ସମୟରେ ଲଟେରି ଟିକେଟ ପାଇଁ ଅନଲାଇନ୍ ବିବରଣୀ ପୂରଣ କରିବା ଆରମ୍ଭ କରିଥିଲେ। ପ୍ରକୃତରେ ସେ ଜାଣି ପାରି ନଥିଲେ କି ଦୁଇଟି ଲଟେରି ଟିକେଟ କିଣି ଦେଇଛନ୍ତି।  କିନ୍ତୁ ପରଦିନ ତାଙ୍କ ପୁଅ କହିବା ପରେ ଯାଇ ସେ ଜାଣିବାକୁ ପାଇଥିଲେ କି ଭୁଲରେ ଦୁଇଟି ସମାନ ଲଟେରି ଟିକେଟ କିଣିଛନ୍ତି ବୋଲି। ସେଥିପାଇଁ ସେ ଟିକିଏ ନିରାଶ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର