ନୂଆଦିଲ୍ଳୀ: ଗାଡି ଚଳାଇବା ସମୟରେ ଆମେ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବ ଉଚିତ। ଏହି ସମୟରେ ତରବରିଆ ହେଲେ ଜୀବନ ବି ଚାଲିଯାଇପାରେ। ସଡ଼କ ଦୁର୍ଘଟଣାର ଅନେକ ଭିଡିଓ ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ। ଦ୍ରୁତ ଗତିରେ ଗାଡ଼ି ଚଳାଇବା ହେତୁ କିମ୍ବା ନିୟମ ନମାନିବା ପାଇଁ ଲୋକମାନେ ପ୍ରାୟତଃ ଦୁର୍ଘଟଣାର ଶିକାର ହୁଅନ୍ତି। ବେଳେବେଳେ ଅନ୍ୟମାନଙ୍କ ଜୀବନକୁ ବି ବିପଦରେ ପକାନ୍ତି।
ଯେତେବେଳେ ରେଳ କ୍ରସିଂ ବନ୍ଦ ହୋଇଯାଏ, ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଅପେକ୍ଷା କରିବାକୁ ଚାହାଁନ୍ତି ନାହିଁ। ବନ୍ଦ ଫାଟକ ତଳ ଦେଇ ରାସ୍ତା ଅତିକ୍ରମ କରିବାକୁ ଚେଷ୍ଟା କରନ୍ତି। ତାହା ବେଳେ ବେଳେ ଜୀବନ ବି ନେଇପାରେ। ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ରେଳ କ୍ରସିଂର ବନ୍ଦ ଫାଟକ ଭାଙ୍ଗି ତଳ ପଟେ ତାଙ୍କ କାର୍କୁ ନେଇ ପାର୍ ହୋଇ ଯାଇଛନ୍ତି।
ଭାଇରାଲ୍ ଭିଡିଓରେ ଆପଣ ଦେଖିପାରୁଥିବେ ଯେ ରେଳ କ୍ରସିଂର ଗେଟ୍ ବନ୍ଦ ଅଛି। ଟ୍ରେନ୍ ଆସୁଥିବାରୁ ଫାଟକ ବନ୍ଦ ରହିଥିଲା। କିନ୍ତୁ ଏକ ଆଲ୍ଟୋ କାରର ଡ୍ରାଇଭର କାରକୁ ନଅଟକାଇ ରେଳ ଲାଇନ ପାର ହେକାୁ ବନ୍ଦ ଫାଟକ ତଳେ ଜବରଦସ୍ତ ଗାଡ଼ିଟିକୁ ଚଲାଇସେପାଖକୁ ପଳାଉଛନ୍ତି। ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରୁଥିବେ ଯେ କାରଟି ରେଳ ଟ୍ରାକ୍ ଅତିକ୍ରମ କରିବା ମାତ୍ରେ ଟ୍ରେନ୍ ଦ୍ରୁତ ଗତିରେ ଯାଉଛି। ଏହି ସମୟରେ ମଧ୍ୟରେ ଦ୍ୱାରପାଳ କାରର ଫଟୋ ଉଠାଉଥିବା ନଜର ଆସିଛନ୍ତି।
यही इतनी जल्दीबाज़ी वाले पान के दुकान पर रुकेंगे 🙃
— Bihar_se_hai (@Bihar_se_hai) September 22, 2023
ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିବା ସୂଚନା ଅନୁଯାୟୀ, ଏହି ଘଟଣା ସେପ୍ଟେମ୍ବର ୧୬ ରେ ରାତି ପ୍ରାୟ ୨.୧୬ ସମୟର। ଏହି ଘଟଣା କେଉଁଠାରେ ଘଟିଛି ତାହା ନିଶ୍ଚିତ ହୋଇନାହିଁ।