ନୂଆଦିଲ୍ଲୀ: ପରିବାରଠୁ ଦୂରରେ ରହିବାର ଦୁଃଖ କେତେ ତାହା ବାହାରେ ରହି ପାଠପଢ଼ୁଥିବା ବା ଚାକିରି କରୁଥିବା ଯୁବକଯୁବତୀମାନେ ଜାଣିଥିବେ ନିଶ୍ଚୟ। ସବୁଠାରୁ ବଡ଼ କଥା ହେଲା ପୁଅକୁ ମଣିଷ କରିବା ପାଇଁ ମାତାପିତାମାନେ ବର୍ଷ ବର୍ଷ ଧରି ନିଜ ସନ୍ତାନଠୁ ଦୂରରେ ରହିଥାନ୍ତି। ମନର କଷ୍ଟକୁ ଚାପି ରଖି ମାତାପିତାମାନେ ନିଜ ସନ୍ତାନଠୁ ଦୂରରେ ରହିବାକୁ ବାଧ୍ୟ ହୋଇଥାନ୍ତି। ବିଶ୍ବରେ ଏଭଳି ଅନେକ ପରିବାର ରହିଛନ୍ତି, ଯେଉଁମାନଙ୍କୁ ନିଜ ପରିବାର ବା ନିଜ ସନ୍ତାନଠାରୁ ଦୂରରେ ରହିବାକୁ ପଡ଼ିଥାଏ। ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ୩ ବର୍ଷ ପରେ ଘରକୁ ଫେରିଥିବା ପୁଅକୁ ଦେଖି ମାତାପିତାମାନେ ଯେଉଁଭଳି ଭାବରେ ପୁଅକୁ ଆଲିଙ୍ଗନ କରିଛନ୍ତି, ତାହା ସମସ୍ତଙ୍କ ଆଖିରେ ଲୁହ ଆଣିଛି।
So my brother came home after 3 years and my parents had no clue he's going to come. It's safe to say that we've shed a lot of tears today. pic.twitter.com/Yv8EQOu6U8
— Sanjari Haria (@sanjariharia) April 7, 2022
ସଞ୍ଜାରି ହରିଆ ନାମକ ଜଣେ ଯୁବତୀ ଏହି ଭିଡିଓ ଟ୍ବିଟ କରିଛନ୍ତି। ଟ୍ବିଟ କରିଥିବା ଭିଡିଓରେ ସେ ତାଙ୍କ ଭାଇଙ୍କୁ ବିମାନବନ୍ଦରରୁ ଘରକୁ ଆଣୁଥିବା ଦେଖାଯାଇଛି। ଏହା ପରେ ତାଙ୍କ ବାପାମା’ ପୁଅକୁ ଦେଖି କାନ୍ଦି ପକାଉଛନ୍ତି। ସଞ୍ଜାରିଙ୍କ ମା’ ପୁଅକୁ ଦେଖିବା ପରେ ହେ ଭଗବାନ କହି ପୁଅକୁ ଆଲିଙ୍ଗନ କରିପକାଉଥିବା ସହ କାନ୍ଦିବାକୁ ଲାଗୁଛନ୍ତି। କିଛି ସମୟ ପୁଅକୁ ଧରି କାନ୍ଦିବା ପରେ ସଞ୍ଜାରି ନିଜ ବାପାଙ୍କୁ ଡାକୁଛନ୍ତି। ସଞ୍ଜାରିଙ୍କ ବାପା ପୁଅ ଆସିଥିବା ନଜାଣି ବାହାରକୁ ଆସିବା ପରେ ପୁଅକୁ ଦେଖି କିଛି ସମୟ ଅଟକି ଯାଉଛନ୍ତି। ଏହା ପରେ ମୋ ଧନ କହି ପୁଅକୁ ଆଲିଙ୍ଗନ କରିପକାଉଛନ୍ତି। ୩ବର୍ଷ ପରେ ପୁଅକୁ ଆଖି ଆଗରେ ଦେଖି ସଞ୍ଜରିଙ୍କ ବାପାଙ୍କ ଆଖିର ଲୁହ ଆଉ ଅଟକି ପାରୁନି। ଏହା ପରେ ସେ ପୁଅର ମୁଣ୍ଡକୁ ଚୁମ୍ବନ ଦେଇ ତାଙ୍କୁ ଆର୍ଶୀବାଦ ଦେଉଛନ୍ତି।