ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ଆଖିରୁ ବି ଲୁହ ଝରି ପଡ଼ିବ। ଭାଇରାଲ ହୋଇଥିବା ୮ସେକେଣ୍ଡର ଭିଡିଓରେ ଜଣେ ବାପା ନିଜର ଝିଅକୁ ଛାତିରେ ଲଗାଇ ସ୍ତନ୍ୟପାନ କରାଉଥିବା ଦେଖିବାକୁ ମିଳୁଛି। ଛୋଟପିଲାଟି ବି ମା’ ଭାବି କ୍ଷୀର ପିଇ ଦେଉଛି।
ନଭେମ୍ବର ୧୭ ତାରିଖରେ @_SJPeace_(StanceGrounded) ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ ହୋଇଥିଲା। ଯାହାକୁ ଏଯାବତ ୪୭ଲକ୍ଷ ଲୋକ ଦେଖି ସାରିଲେଣି। ଲୋକମାନେ ଏହି ଭିଡିଓକୁ ଦେଖିବା ପରେ ଉକ୍ତ ପିତାଙ୍କ ଅନେକ ପ୍ରଶଂସା କରୁଛନ୍ତି।
He said
"Her mama gone and she wouldn’t take the bottle, so I had to trick her" 😂😂😂
This is so funny, i'm crying 😂.
DAD of the YEAR ❤ pic.twitter.com/HVK7f8LbV6
— StanceGrounded (@_SJPeace_) November 17, 2019
ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଶିଶୁର ମା’ ନାହିଁ। ଆଉ ସେ ବୋତଲରେ କ୍ଷୀର ପିଉନାହିଁ। ଭୋକରେ ଶିଶୁଟି ଆଉଟୁ ପାଉଟୁ ହେଉଛି। ତେଣୁ ଉପାୟ ନ ପାଇ ଶିଶୁର ପିତା ନିଜ ପୋଷାକ ଭିତରେ ବୋତଲକୁ ଲୁଚାଇ ଶିଶୁକୁ ମା’ ଭଳି ସ୍ତନ୍ୟପାନ କରାଉଛନ୍ତି। ଶିଶୁଟି ମା’ କ୍ଷୀର ଭାବି ତାହାକୁ ପିଇ କ୍ଷୁଧା ମେଣ୍ଟାଉଛି।