୬୭,୪୯୦ଟଙ୍କାର କଏନ୍ ନେଇ ସ୍କୁଟର କିଣିବାକୁ ସୋ’ରୁମ୍ରେ ପହଞ୍ଚିଲେ ଯୁବକ, ତା’ପରେ କ’ଣ ଘଟିଲା ଜାଣନ୍ତୁ
ସତନା(ମଧ୍ୟପ୍ରଦେଶ) : କୌଣସି ଜିନିଷର ଦାମ୍ ୫୦,୦୦୦ଟଙ୍କାରୁ ଅଧିକ ହେଲେ ଆମେ ଡେବିଟ୍ ବା କ୍ରେଡିଟ୍ କାର୍ଡର ବ୍ୟବହାର କରିଥାଉ । କିନ୍ତୁ ମଧ୍ୟପ୍ରଦେଶର ସତନାରେ ରହୁଥିବା ଜଣେ ଯୁବକ କରିଥିବା କାମ ଏବେ ସମସ୍ତଙ୍କୁ ଚମକାଇଛି । ଦୀପାବଳି ଅବସରରେ ସେ ନିଜ ଘରକୁ ହୋଣ୍ଡା ଆକ୍ଟିଭା ଆଣିବା ଆଶାରେ ସୋ’ରୁମ୍ରେ ପହଞ୍ଚିଥିଲେ । କିନ୍ତୁ ତାଙ୍କ ହାତରେ ଥିବା ବଡ଼ ବ୍ୟାଗ୍ ଦେଖି ସୋ’ରୁମ୍ କର୍ମଚାରୀ ଦ୍ୱଦ୍ୱରେ ପଡ଼ି ଯାଇଥିଲେ । କିନ୍ତୁ ପରେ ବ୍ୟାଗ୍ ଭିତରେ ଥିବା କଏନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏତେ କଏନ୍ କାହିଁକି ଆଣିଛନ୍ତି ବୋଲି ପଚାରିଥିଲେ । ଏହା ପରେ ଯୁବକଜଣଙ୍କ ଗାଡ଼ି କିଣିବାକୁ ଆଣିଛି ବୋଲି କହିବା ପରେ ଥକା ମାରି ସବୁ କର୍ମଚାରୀ ବସି ପଡ଼ିଥିଲେ । କାରଣ ୬୭,୪୯୦ଟଙ୍କାକୁ ଗଣିବା ସହଜ ନଥିଲା ।

ସତନାରେ ରହୁଥିବା ରାକେଶ କୁମାରଙ୍କ କହିବା ଅନୁଯାୟୀ, ଦୀପାବଳି ପାଇଁ ମୁଁ ମୋ ନିଜକୁ ଓ ମୋ ପରିବାରକୁ ଏକ ହୋଣ୍ଡା ଆକ୍ଟିଭା ଉପହାରରେ ଦେବାକୁ ଚାହୁଁଥିଲି । ମୋତେ ଯାତାୟତ କରିବାରେ ସୁବିଧା ହେବ ବୋଲି ଭାବି ଘରେ ଥିବା ୬୭,୪୯୦ଟଙ୍କାର କଏନ୍ ନେଇ ସୋ’ରୁମ୍ରେ ପହଞ୍ଚିଥିଲି । କାରଣ ମୁଁ ଏକାଥରକରେ ସବୁ ଟଙ୍କା ଦେବାକୁ ଚିନ୍ତା କରିଥିଲି । ପ୍ରଥମେ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ୩ଘଣ୍ଟା କାଳ ଟଙ୍କାକୁ ଗଣିବା ପରେ ମୋତେ ଗାଡ଼ି ଦେଇଥିଲେ ।