ମଣିଷ ହୋଇ ମଧ୍ୟ କୁକୁର ଭଳି ବଞ୍ଚିବାକୁ ପସନ୍ଦ କରୁଛନ୍ତି ଏହି ଯୁବକ, ୨.୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି କୁକୁର ପିନ୍ଧା ପୋଷାକ

ନୂଆଦିଲ୍ଲୀ : ପୂର୍ବରୁ ଦେଶରେ ଏବଂ ଦେଶ ବାହାରେ ଘଟୁଥିବା ଅନେକ ଅଜବ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇଛୁ । ଯାହା ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗିବା ସହ ମିଛ ବୋଲି ଲାଗୁଥିଲେ ମଧ୍ୟ ସତ ହୋଇଥାଏ । ଏବେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ୩୭ବର୍ଷୀୟ ଯୁବକ କୁକୁର ଭଳି ବଞ୍ଚୁଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଯୁବକଙ୍କ ଫଟୋ ଏବେ ସୋସିିଆଲ ମିଡିଆରେ ଭାଇରାଲ ହୋଇଛି । ଯୁବକଜଣଙ୍କ ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରରେ ରହୁଥିବା ଜଣାପଡ଼ିଛି । ଏକ ଷ୍ଟୋରର ମାଲିକ ହୋଇ ମଧ୍ୟ ଏଭଳି ବଞ୍ଚିବା ପଛର କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

bhaskar.com

୩୭ବର୍ଷୀୟ କାଜ୍‌ ଜେମ୍‌ସଙ୍କ କହିବା ଅନୁଯାୟୀ, ସେ ମଣିଷ ଜନ୍ମ ପାଇ ମଧ୍ୟ ମଣିଷ ଭଳି ଅନୁଭବ କରି ପାରୁ ନାହାନ୍ତି । ଅନ୍ୟମାନଙ୍କଠାରୁ ନିଜକୁ ଅଲଗା ମାନିବା ସହ ସମାଜରେ ତାଙ୍କର ରହିବା କଷ୍ଟ ବୋଲି ସେ କହିଛନ୍ତି ।  ନିଜର ବ୍ୟକ୍ତିତ୍ୱକୁ କୁକୁର ଭଳି  ବନାଇବା ପାଇଁ ସେ ସବୁ ବେଳେ ନିଜ ସାଙ୍ଗ ଏବଂ ବନ୍ଧୁମାନଙ୍କ ଉପରେ ଭୁକିଥାନ୍ତି । ଏହା ସହ କୁକୁରମାନେ ଖାଉଥିବା ବିସ୍କୁଟ ଖାଇବା ସହ କୁକୁର ଖାଉଥିବା ପାତ୍ରରେ ମଧ୍ୟ ଖାଉଥିବା କହିଛନ୍ତି । ଏହା ସହ କୁକୁର ଭଳି ଦିଶିବା ପାଇଁ ସେ ୨ଲକ୍ଷ ୭୩ହଜାର ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଦୁଇଟି ପପି ସୁଟ୍‌ ତିଆରି କରିଛନ୍ତି । ସେ କୁକୁର ଭଳି ରହିବାକୁ ଭଲ ପାଉଥିବା କହିଛନ୍ତି । ତେବେ ତାଙ୍କର ଏଭଳି ଭାବିବା ପଛରେ କୌଣସି ମାନସିକ ରୋଗ କାରଣ କି ନାହିଁ ବୋଲି ସ୍ପଷ୍ଟ ହୋଇ ନାହିଁ ।

ସମ୍ବନ୍ଧିତ ଖବର