ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଘଟଣାଟି ବାସ୍ତବରେ ଥାଇଲାଣ୍ଡରେ ଘଟିଛି। ଜଣେ ୬୭ବର୍ଷୀୟ ବୃଦ୍ଧଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ପେଟ ଫୁଲିବାକୁ ଲାଗିଥିଲା। ସେ ଏହି ଯନ୍ତ୍ରଣାର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଆସିଥିଲେ। ଡାକ୍ତର ଉକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପରେ ଏକ୍ସ-ରେ ପାଇଁ କହିଥିଲେ। ତେବେ ଏକ୍ସ-ରେ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଉକ୍ତ ବ୍ୟକ୍ତିଙ୍କ ପେଟରେ ୫୯ଫୁଟ ଲମ୍ବରଏକ ପୋକ ଥିବା ଦେଖିବାକୁ ମିଳିଥିଲା।
/sambad/media/post_attachments/019d32191c3676324e84c0451f51ca13264770a1b4012aa1ac99c5cc6fcd4794.jpg)
ଏହି ଘଟଣାଟି ଥାଇଲାଣ୍ଡର ନୋଙ୍ଗଖାଇରେ ଘଟିଛି। ପ୍ରକାଶିତ ରିପୋର୍ଟ ମୁତାବକ, ବ୍ୟକ୍ତିଙ୍କୁ ଅନେକ ଦିନ ହେବ ପେଟରେ ଯନ୍ତ୍ରଣା ହେଉଥିଲା। ତେଣୁ ସେ ହସ୍ପିଟାଲ ଯାଇ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେଥିରେ ତାଙ୍କ ପେଟ ଭିତରେ ପୋକ ଥିବା ଦେଖିବାକୁ ମିଳିଥିଲା। ଏହି ପୋକ କଞ୍ଚା ମାଂସ ଖାଇବା ହେତୁ ପେଟ ଭିତର ପର୍ଯ୍ୟନ୍ତ ପହଞ୍ଚି ପାରିଛି। ଏହା ମଣିଷ ଶରୀର ଭିତରେ ୩୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ଅସ୍ତ୍ରୋପଚାର ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଔଷଧ ଦିଆଯାଇଥିଲା। ତା’ପରେ ଯାଇ ବୃଦ୍ଧଙ୍କୁ ଗୁପ୍ତାଙ୍ଗ ପଟୁ ୫୯ଫୁଟ ଲମ୍ବ ପୋକକୁ ବାହାର କରାଯାଇଥିଲା। ଏଥିପାଇଁ ଡାକ୍ତରଙ୍କୁ ବହୁତ ସମୟ ଲାଗିଥିଲା। ରୋଗୀ ଏବେ ସୁସ୍ଥ ଥିବା ବେଳେ ତାଙ୍କ ଖାଦ୍ୟପାନୀୟ ଉପରେ ଦୃଷ୍ଟି ଦିଆଯାଇଛି।