ଆବୁଜା: ଗିନିଜ୍ ୱାର୍ଲଡ୍ ରେକର୍ଡ ଭାଙ୍ଗିବା ଆଶାରେ ୭ ଦିନ ଧରି ଅନବରତ କାନ୍ଦିଥିବା ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆର ଜଣେ ବ୍ୟକ୍ତି ସାମୟିକ ଭାବେ ଅନ୍ଧ ହୋଇଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି।
‘ବିବିସି’କୁ ସେ କହିଛନ୍ତି ଯେ, ଏଥିପାଇଁ ସେ ‘ଗିନିଜ୍ ୱାଲର୍ଡ ରେକର୍ଡ’କୁ ଆବେଦନ କରି ନ ଥିଲେ। ତେଣୁ, ତାଙ୍କର ଏହି ରେକର୍ଡ ସେଥିରେ ସ୍ଥାନ ପାଇବ ନାହିଁ।
‘ବିବିସି’ ରିପୋର୍ଟ ଅନୁସାରେ, ଲୁହ ଗଡ଼ାଇବାରେ ବିଶ୍ବ ରେକର୍ଡ ହାସଲ କରିବା ପାଇଁ ଉଦ୍ୟମ କରି ଟେମ୍ବୁ ଏବେରେ ନାମକ ଉକ୍ତ ବ୍ୟକ୍ତିଜଣ ସପ୍ତାହକଯାକ ନିରବଚ୍ଛିନ୍ନ ଭାବେ କାନ୍ଦିଥିଲେ। ପରିଣାମ ସ୍ବରୂପ ତାଙ୍କର ମୁଣ୍ଡ ବିନ୍ଧିଥିଲା, ମୁହଁ ଫୁଲି ଯାଇଥିଲା, ଆଖି ଡୋଳା ବାହାରକୁ ଚାଲି ଆସିବା ପରି ମନେ ହୋଇଥିଲା ଓ ସେ ୪୫ ମିନିଟ୍ ପାଇଁ ଅନ୍ଧ ହୋଇଯାଇଥିଲେ।
/sambad/media/post_attachments/wp-content/uploads/2023/07/Screenshot_20230712-085056-1200x812.jpg)
କିନ୍ତୁ, ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆରେ ଏବେରେ ଏକା ରେକର୍ଡ-ବ୍ରେକର୍ ନୁହନ୍ତି। ଅନେକ ନାଇଜେରୀୟ ଅନେକ କ୍ଷେତ୍ରରେ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି।
ଉଦାହରଣସ୍ବରୂପ, ହିଲ୍ଦା ବାଚି ନାମରେ ଜରେ ରୋଷେୟା ମେ ମାସରେ କ୍ରମାଗତ ୧୦୦ ଘଣ୍ଟା ଧରି ରାନ୍ଧିବାକୁ ଉଦ୍ୟମ କରି ଗିନିଜ୍ ୱାର୍ଲଡ୍ ରେକର୍ଡ କରିଥିଲେ ବୋଲି ‘ଦି ଟେଲିଗ୍ରାଫ୍’ ରିପୋର୍ଟ କରିଛି। ଆଉ ଜଣେ ୨୬ ବର୍ଷିୟ ରୋଷେୟା ୯୩ ଘଣ୍ଟା ୧୧ ମିନିଟ୍ ରୋଷେଇ କରି ୨୦୧୯ରେ କୌଣସି ଜଣେ ଭାରତୀୟ କରିଥିବା ରେକର୍ଡ ଭାଙ୍ଗିଥିଲେ।
ସେହିପରି, ଜନ୍ ଅବୋଟ୍ ନାମରେ ଜଣେ ସ୍କୁଲ୍ ଶିକ୍ଷକ ‘ବିବିସି’କୁ କହିଛନ୍ତି ଯେ, ସେପ୍ଟେମ୍ବର ମାସରେ ସେ ବଡ଼ ପାଟିରେ ୧୪୦ ଘଣ୍ଟା କାଳ ‘କ୍ଲାସିକ୍ ଲିଟ୍ରେଚର୍’ ପଢ଼ିବାକୁ ଚେଷ୍ଟା କରିବେ।