ସରକାରୀ ଚାକିରିଆ ଯୁବତୀ ଦରକାର, ଯୌତୁକ ମୁଁ ଦେଇ ଦେବି ବୋଲି ଛକରେ ଛିଡ଼ା ହୋଇ ଦାବି କରିଛନ୍ତି ଏହି ଯୁବକ

ନୂଆଦିଲ୍ଲୀ: ଶିକ୍ଷିତ ଯୁବକ/ଯୁବତୀଙ୍କ ତୁଳନାରେ ବର୍ତ୍ତମାନ ସରକାରୀ ପଦବୀ ପାଇଁ ଖୁବ୍ କମ୍ ବିଜ୍ଞାପନ ଜାରି କରାଯାଉଛି। ଏହି କ୍ରମରେ ସରକାରୀ ଚାକିରିଆଙ୍କ ସଂଖ୍ୟା ବି ହ୍ରାସ ପାଇ ଗଲାଣି। ବାପା-ମା’ମାନେ ନିଜର ଝିଅକୁ ଜଣେ ସରକାରୀ ଚାକିରି କରିଥିବା ପୁଅ ସହିତ ବିବାହ କରାଇବା ଇଚ୍ଛା ରଖି ଥାଆନ୍ତି। ଏଥିପାଇଁ ସେମାନେ ଅନେକ ପ୍ରାର୍ଥୀ ଖୋଜି ଥାଆନ୍ତି। କାରଣ ପ୍ରତ୍ୟେକ ବାପା-ମା’ଙ୍କ ଇଚ୍ଛା ଥାଏ କି ଝିଅକୁ ଜଣେ ସରକାରୀ ଚାକିରିଆଙ୍କ ସହିତ ବିବାହ ଦେଲେ ସେ ସାରା ଜୀବନ ଖୁସିରେ ରହିବ। ନିକଟରେ କିନ୍ତୁ ଏହାର ଏକ ଓଲଟା ଘଟଣା ଦେଖିବାକୁ ମିଳିଛି।

ସରକାରୀ ଚାକିରି କରିଥିବା ଝିଅଙ୍କୁ ବିବାହ କରିବା ପାଇଁ ଯୁବକମାନେ ଆଗେଇ ଆସିଛନ୍ତି। ଏମିତି ଏକ ଘଟଣାର ଭିଡିଓ ଛିନ୍ଦୱାଡାରୁ ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି,  ଛିନ୍ଦୱାଡା ଜିଲ୍ଲା ମୁଖ୍ୟାଳୟର ଫେବ୍ବାରା ଛକରେ ଜଣେ ଯୁବକ ହାତରେ ଏକ ପୋଷ୍ଟର ଧରି ଠିଆ ହୋଇଛନ୍ତି, ଯେଉଁଥିରେ ଲେଖା ଅଛି – ମୁଁ ବିବାହ କରିବା ପାଇଁ ସରକାରୀ ଚାକିରି ଥିବା ଯୁବତୀ ଚାହୁଁଛି, ‌ଚିନ୍ତା କର ନାହିଁ ଯୌତୁକ ମୁଁ ଦେଇ ଦେବି।’ କିଛି ସମୟ ପୋଷ୍ଟର ଧରି ଛିଡ଼ା ହେବା ପ‌ରେ ଯୁବକ ଜଣକ ସେଠାରୁ ପଳାଇ ଯାଇଥି‌ଲେ।

ଏହି ପୁରା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଦେଖିବା ପରେ ସମାଜ ଖୁବ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି ବୋଲି କହୁଛନ୍ତି।

 

 

 

ସମ୍ବନ୍ଧିତ ଖବର