ନୂଆଦିଲ୍ଲୀ: ଆଜିକାଲି ହେଉଛି ବ୍ଲଗିଂର ଯୁଗ। ବ୍ଲଗିଂ କରି ବ୍ଲଗରମାନେ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି। ମୋଟର୍ ବ୍ଲଗର୍ସମାନେ ୟୁଟ୍ୟୁବ୍ରେ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ସେୟାର୍ କରିଥାନ୍ତି। ନିକଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ କିପରି ଯୁବକ ଜଣକ ନିଜ କାର୍କୁ ଏକ ସୁନ୍ଦର ବେଡ୍ରୁମ୍ ବା ଶୋଇବା ଘରର ରୂପ ଦେଇଛନ୍ତି ତାହା ଦେଖିବାକୁ ମିଳିଛି।
ଜଣେ ଜଣାଶୁଣା ଟ୍ରାଭେଲର୍, ୟୁଟ୍ୟୁବର୍ ଏବଂ ମୋଟର ବ୍ଲଗର୍ ହେଉଛନ୍ତି ଦୀପକ ଗୁପ୍ତା । ପୂର୍ବରୁ ହୁଏତ ଆପଣ ତାଙ୍କ ଭିଡିଓ ଦେଖିଥାଇପାରନ୍ତି। ନିକଟରେ ସେ ତାଙ୍କର ୫ ଡୋର ବିଶିଷ୍ଟ ଏକ ବଡ଼ ଏସ୍ୟୁଭିକୁ ବେଡ୍ରୁମ୍ର ରୂପ ଦେଇଥିବା ଦେଖିବାକୁ ମିଳିଛି।
ଗୁପ୍ତାଙ୍କ ଏସୟୁଭି ଭିତରେ ଏକ ବେଡ୍ ଫିଟ୍ କରିବା ପାଇଁ ହୋଇଥିବା ଜୁଗାଡ଼ ବିଷୟରେ ଭିଡିଓରେ ଦେଖିବାକୁ ମିଳିଛି। ସେ ତାଙ୍କ ପତ୍ନୀଙ୍କ ସହ ମିଶି କିପରି ଭାବେ ଗାଡ଼ିରୁ ସିଟ୍ କାଢ଼ି ତାହାକୁ ଏକ ବେଡ୍ରୁମ୍ର ରୂପ ଦେଉଛନ୍ତି ତାହା ଆପଣ ଦେଖି ପାରୁଥିବେ। ବେଡ୍ରୁମ୍ ପୂରାପୂରି ପ୍ରସ୍ତୁତ ହୋଇଯିବା ପରେ ସେ ନିଜ କ୍ୟାମେରାରେ ପୂରା ଗାଡ଼ିର ଭିତର ଅଂଶ ଦେଖାଉଛନ୍ତି।
ଭିଡିଓଟି କିଛି ଦିନ ପୂର୍ବରୁ ଜୁଲାଇ ୨୩ ତାରିଖରେ ପୋଷ୍ଟ କରାଯାଇଥିଲ। ସେୟାର ହେବା ପରଠାରୁ, ଭିଡିଓଟିର ୮୨ ହଜାର ଭିୟୁ ହୋଇଛି। ଏହା ବ୍ୟତୀତ ଏହାକୁ ପ୍ରାୟ ୩ ହଜାର ଲାଇକ୍ ମିଳିିଛି। ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲୋକମାନେ ବିଭିନ୍ନ ଧରଣର ମନ୍ତବ୍ୟ ଦେଇଛନ୍ତି।