ପୂର୍ବରୁ ବିଭିନ୍ନ ସେଲିବ୍ରିଟିମାନଙ୍କର ଘର ଭିତରର ସାଜସଜ୍ଜା ଆପଣଙ୍କୁ ଦେଖାଇଛୁ । ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ । କିନ୍ତୁ ଆଜି ଆମେ ଯାହାଙ୍କ ବିଷୟରେ ଆପଣଙ୍କୁ ଜଣାଇବୁ ସେ କୌଣସି ସେଲିବ୍ରିଟି ନୁହନ୍ତି । ସେ ଆମେରିକାର ସାନ୍ ଇସିଡ୍ରୋ ଡେ ପାରା ଜଲେଡେନ୍ରେ ରହୁଥିବା ଜଣେ ସାଧାରଣ ଲୋକ ଯିଏ; ସିମେଣ୍ଟରେ ନୁହେଁ ବରଂ ପାହାଡ଼କୁ କାଟି ପ୍ରାୟ ୨୦୦୦ ବର୍ଗଫୁଟ୍ର ଏକ ଘର ତିଆରି କରିଛନ୍ତି ।
/sambad/media/post_attachments/wp-content/uploads/2018/02/1-1-1-300x207.jpg)
ସେ ହେଉଛନ୍ତି, ଆମେରିକାର ମାନୁଏଲ୍ ବାରେଣ୍ଟସ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏଥି ପାଇଁ ମାନୁଏଲ୍ଙ୍କୁ ପ୍ରାୟ ୧୨ ବର୍ଷ ସମୟ ଲାଗିଥିଲା । ଏହି ପାହାଡ଼ ମଧ୍ୟରେ ୩ଟି ରୁମ୍, ଗୋଟେ ଡ଼ାଇନିଙ୍ଗ ଟେବୁଲ ଏବଂ ବିଳାସପୂର୍ଣ୍ଣ ଘରର ସବୁ ସୁବିଧା ମହଜୁଦ୍ ମଧ୍ୟ ରହିଛି । ଏହି ଘରର ନାମ ତୋପୋଲାଣ୍ଡିଆ ଦିଆ ଯାଇଥିବା ବେଳେ ପଥରକୁ କାଟି ଏହାକୁ ତିଆରି କରାଯାଇଛି । ଏହା ଭିତରେ ଯୋଗ କରିବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଘର ରହିଛି ।
/sambad/media/post_attachments/wp-content/uploads/2018/02/3240508100000578-0-image-a-8_1458300519860-300x203.jpg)
ଏହା ସହ ଅଲଗା ରଙ୍ଗର କାର୍ଟୁନରେ ଏହାର ଭିତରକୁ ସଜା ଯାଇଛି । ଏବେ ଏହି ଘରକୁ ଦେଖିବା ପାଇଁ ବାହାର ଯାତ୍ରୀଙ୍କୁ ମଧ୍ୟ ଭିତରକୁ ଆସିବାର ଅନୁମତି ଦିଆ ଯାଉଛି । କାରଣ ୧୨ ବର୍ଷ ପରେ ସମ୍ଭବ କରିପାରିଥିବା ଏହି ଅସମ୍ଭବକୁ ସମସ୍ତେ ଦେଖନ୍ତୁ ବୋଲି ସେ ଏପରି କରିଥିବା ଜଣା ପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/32405CF500000578-0-image-a-14_1458300541562.jpg)