ବୋତଲ ଭିତରୁ ମିଳିଲା ୫୦ ବର୍ଷ ତଳର ଚିଠି, ଚିଠି ଦାତାଙ୍କୁ ଖୋଜି ବାହାରକଲା ଏକ ଗଣମାଧ୍ୟମ ସଂସ୍ଥା

ନୂଆଦିଲ୍ଲୀ: ପୂର୍ବରୁ ଅନେକ ଥର ଏପରି ଖବର ପ୍ରକାଶ ପାଇସାରିଛି। ସମୁଦ୍ରକୂଳରୁ ବୋତଲ ଭିତରେ ଚିଠି ମିଳିବା ଘଟଣା ଅନେକ ଥର ଦେଖିବାକୁ ମିଳିଛି। ସେଭଳି ଆଉ ଏକ ଚିଠି ବୋତଲ ଭିତରୁ ମିଳିଛି, ଯେଉଁଥିରେ କି ୫୦ ବର୍ଷ ତଳର ବାର୍ତ୍ତା ଅଛି। ପଶ୍ଚିମ ଅଲସ୍କା ସମୂଦ୍ରକୂଳରୁ ଜଣେ ବ୍ୟକ୍ତି ଏକ ବୋତଲ ଭିତରୁ ଚିଠି ପାଇଛନ୍ତି। ସେହି ଚିଠିଟିରୁ ୫୦ ବର୍ଷ ତଳର ବାର୍ତ୍ତା ମିଳିଛି। ଚିଠିଟି ଜଣେ ରୁଷିଆନ ନାବିକଙ୍କର।

ଚିଠିଟିକୁ ପାଇଛନ୍ତି ଟାଇଲର୍‌ ଲାଭାନୋଫ୍‌। ଚିଠିଟିକୁ ପାଇବା ପରେ ସେ କହିଛନ୍ତି କି ସେ ସମୂଦ୍ରକୂଳରେ ବୁଲି ବୁଲି ଜାଳେଣି କାଠ ସଂଗ୍ରହ କରୁଥିବା ବେଳେ ବୋତଲ୍‌ଟି ମିଳିଥିଲା। ବୋତଲ ମଧ୍ୟରେ ଏକ କାଗଜ ଗୁଡ଼ା ହୋଇ ପଶିଥିଲା। ସେ ଏକ ସ୍କ୍ରୁ ଡାଇଭର୍‌ ସାହାଯ୍ୟରେ କାଗଜଟିକୁ ବାହାରକୁ କଲେ।

ଚିଠିଟି ୧୯୬୭ ମସିହା ଜୁନ୍‌ ୨୦ ତାରିଖର ବୋଲି ଜାଣିବାକୁ ମିଳିଛି। ଚିଠିଟିରେ ଯାହା ଲେଖା ଯାଇଥିଲା ତାହାର ସାରାଂଶ ହେଉଛି, ‘ଅଭିନନ୍ଦନ।  ମୁଁ ରୁଷିଆନ୍‌ ଫାର୍‌ ଇଷ୍ଟ୍‍ ଫ୍ଲିଟ୍‌ ମଦର୍‌ ସିପ୍‌ ଭିଆର୍‌ଏକ୍ସଏଫ୍‌ ସୁଲକ୍‌ରୁ। ଯିଏ ଏହି ବୋତଲଟିକୁ ପାଇଛନ୍ତି ଆମେ ତାଙ୍କୁ ଅଭିବାଦନ ଜଣାଉଛୁ। ଆପଣଙ୍କୁ ଅନୁରୋଧ ଯେ ଚିଠିଟିକୁ ପାଇବା ପରେ ଭିଲାଦିଭୋଷ୍ଟକ୍‌-୪୩ ଭିଆର୍‌ଏକ୍ସଏଫ୍‌ର ଯେକୌଣସି କ୍ରିୟୁଙ୍କୁ ଯୋଗାଯୋଗ କରିବେ। ରୁଷିଆର ଗଣମାଧ୍ୟମ ସଂସ୍ଥା ରୁଷିଆ-୧ ଏହି ଚିଠି ଦାତାଙ୍କ ପରିଚୟ ଖୋଜି ପାଇବାରେ ସମର୍ଥ ହୋଇଛି।

 

ସମ୍ବନ୍ଧିତ ଖବର