ନୂଆଦିଲ୍ଲୀ: ସେୟାର ବଜାରରେ କିଛି ଲୋକ ଟଙ୍କା ନିବେଶ କରିବାକୁ ଭୟ କରୁଥିବା ବେଳେ ଆଉ କିଛିଜଣ ଚ୍ୟାଲେଞ୍ଜ ନେଇ ନିବେଶ କରିଥାଆନ୍ତି। ସମୟସମୟରେ ସେୟାର ବଜାରରେ ଟଙ୍କା ନିବେଶ କରିଥିବା କିଛି ନିବେଶକାରୀଙ୍କ ଭାଗ୍ୟ ଚମିକି ଉଠିଥାଏ। ସେମାନେ ରାତାରାତି ଲକ୍ଷପତି ଓ କୋଟିପତି ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି।
ଚଣ୍ଡିଗଡ଼ର ଜଣେ ଡାକ୍ତରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛିଦିନ ତଳେ ସେ ଘରେ ଥିବା ଦସ୍ତାବିଜ ସଜାଡ଼ୁଥିଲେ। ଏହି ସମୟରେ ସେ ଏକ ସେୟାର ସାର୍ଟିଫିକେଟ ପାଇଥିଲେ। ଯାହାକି ତାଙ୍କ ଜେଜେବାପାଙ୍କ ସହିତ ଜଡ଼ିତ ରହିଛି। ୩୦ବର୍ଷ ପୂର୍ବେ ଡାକ୍ତରଙ୍କ ଜେଜେବାପା ଏସବିଆଇର ୫୦୦ଟଙ୍କାର ସେୟାର କିଣିଥିଲେ। ଯାହାକି ବର୍ତ୍ତମାନ ସମୟରେ ୭୫୦ଗୁଣା ବୃଦ୍ଧି ପାଇଥିବା ଜଣାପଡ଼ିଛି।
The power of holding equity 😊
My Grand parents had purchased SBI shares worth 500 Rs in 1994.
They had forgotten about it. Infact they had no idea why they purchased it and if they even hold it.I found some such certificates while consolidating family's holdings in a… pic.twitter.com/GdO7qAJXXL
— Dr. Tanmay Motiwala (@Least_ordinary) March 28, 2024
ଡାକ୍ତର ତନମୟ ମୋତିୱାଲାଙ୍କ କହିବା ଅନୁଯାୟୀ, ତାଙ୍କ ଜେଜେବାପା ୧୯୯୪ରେ ୫୦୦ଟଙ୍କା ମୂଲ୍ୟର ଏସବିଆଇ ସେୟାର କିଣିଥିଲେ, ଯାହାକୁ ତାଙ୍କ ଜେଜେବାପା କେବେ ବିକ୍ରୟ କରି ନଥିଲେ ଏବଂ ବୋଧହୁଏ ସେ ଏହି ସାର୍ଟିଫିକେଟ ବିଷୟରେ ଭୁଲି ଯାଇଥିଲେ। ଦେଖିବାକୁ ଗଲେ ୧୯୯୪ରେ ହୋଇଥିବା ନିବେଶ ବର୍ତ୍ତମାନ ଏକ ବଡ଼ ପରିମାଣରେ ପରିଣତ ହୋଇଛି । କୁହାଯାଉଛି ଯେ ବର୍ତ୍ତମାନ ସମୟରେ ଏସବିଆଇ ସେୟାରର ମୂଲ୍ୟ ୩.୭୫ ଲକ୍ଷ ରହିଛି। ଅର୍ଥାତ୍ ତିନି ଦଶନ୍ଧି ମଧ୍ୟରେ ତନମୟଙ୍କ ଜେଜେବାପା କରିଥିବା ନିବେଶରେ ୭୫୦ଗୁଣା ରିଟର୍ନ ମିଳିଛି ।