ନୂଆଦିଲ୍ଲୀ: ଟ୍ରାଫିକ ପୁଲିସଙ୍କୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେ ଖରା ହେଉ ଅବା ବର୍ଷା କି ଶୀତ, ଟ୍ରାଫିକ ପୁଲିସ ରାସ୍ତାରେ ଛିଡ଼ା ହୋଇ ଟ୍ରାଫିକକୁ ନିୟନ୍ତ୍ରଣ କରି ଥାଆନ୍ତି। ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି କି ପ୍ରବଳ ବର୍ଷାରେ ବି ଭିଜୁଥିବା ବେଳେ ଟ୍ରାଫିକ ପୁଲିସ କର୍ତ୍ତବ୍ୟରେ ହେଳା କରନ୍ତି ନାହିଁ।
ସେହିପରି ଶୀତକାକରରେ ରାତିରେ ରାସ୍ତାରେ ଛିଡ଼ା ହୋଇ ଗାଡ଼ିଗୁଡ଼ିକୁ ନିୟନ୍ତ୍ରଣ କରିଥାଆନ୍ତି ଟ୍ରାଫିକ ପୁଲିସ। ଏମିତି ଜଣେ ଟ୍ରାଫିକ ପୁଲିସଙ୍କ ଭିଡିଓ ସାମ୍ନାକୁ ଆସିଛି। ଯିଏକି ରାସ୍ତାରେ ଛିଡ଼ା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ବେଳେ ଜଣେ ଚିତ୍ରଶିଳ୍ପୀ ତାଙ୍କର ଚିତ୍ର ଆଙ୍କି ଦେଇ ତାଙ୍କୁ ହିଁ ଉପହାରରେ ଦେଇଥିଲେ।
ଏହି ଭିଡିଓକୁ କେରଳ ପୁଲିସ @ଦକେରଳପୁଲିସର ଅଫିସିଆଲ ପ୍ରୋଫାଇଲରେ ସେୟାର କରିଛନ୍ତି। ଏହି ଭିଡିଓକୁ ଶିମଲାଲ ନାମକ ଆର୍ଟିଷ୍ଟ ରେକର୍ଡ କରିଥିବା ଜଣାପଡ଼ିଛି।
ഞാനും നീയും മാറി "നമ്മൾ" ആകുന്നിടത്താണ് മാറ്റങ്ങളുടെ തുടക്കം 📷
നന്ദി : ഷിംലാൽ#keralapolicepic.twitter.com/qoflEQerhI— Kerala Police (@TheKeralaPolice) April 12, 2023
ଏହି ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଟ୍ରାଫିକ ପୁଲିସ ସଡ଼କ ମଝିରେ ଛିଡ଼ା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି। ଏହି ସମୟରେ ଟ୍ରାଫିକରେ ଛିଡ଼ା ହୋଇଥିବା ଜଣେ ଆର୍ଟିଷ୍ଟ ତାଙ୍କ ସାମ୍ନାରେ ଛିଡ଼ା ହୋଇଥିବା ଜଣେ ଟ୍ରାଫିକ ପୁଲିସଙ୍କ ଅବିକଳ ଚିତ୍ର ଆଙ୍କି ଦେଉଛନ୍ତି। ତା’ପରେ ଉକ୍ତ ଆର୍ଟିଷ୍ଟ ଜଣକ ସେହି ଚିତ୍ରକୁ ଟ୍ରାଫିକ ପୁଲିସଙ୍କୁ ଉପହାରରେ ଦେଉଛନ୍ତି। ଯାହାକୁ ଦେଖି ଟ୍ରାଫିକ ପୁଲିସ ଜଣକ ଖୁସି ହୋଇଯାଉଛନ୍ତି।।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/omac07a8_man-draws-traffic-policeman-portrait_625x300_19_April_23.webp)