ପ୍ରବଳ ବର୍ଷାରେ ରାସ୍ତା ଉପରେ ବସି ଖାଦ୍ୟ ଖାଉଥିବା ବେଳେ ବୃଦ୍ଧଙ୍କ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କାହାକୁ ଖାଇବାକୁ ସମୟ ନାହିଁ ତ କିଏ ଖାଦ୍ୟ ଟିକେ ପାଇଲେ ଜୀବନ ବିକଳେ ତାହାକୁ ଖାଇ ପକାଉଛି। ବଡ଼ ବିଚିତ୍ର ଏ ଜୀବନ! ଜଣେ ବୃଦ୍ଧଙ୍କର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ।

ଭାଇରାଲ୍‌ ଭିଡିଓରେ ‌ବର୍ଷା ହେଉଥିବାର ଦେଖିବାକୁ ମିଳିଛି। ବୃଦ୍ଧ ଜଣକ ଏକ କାଗଜ ପ୍ଲେଟ୍‌ରେ ନିଜ ଖାଦ୍ୟ ଧରିଛନ୍ତି। ବର୍ଷାରେ ତାଙ୍କ ଖାଦ୍ୟ ଭିଜିଜିବ ବୋଲି ଜୀବନ ବିକଳେ ସେ ତାହାକୁ ଖାଇ ପକାଇବାକୁ ଚେଷ୍ଟା କରୁଛନ୍ତି। ‌ଶେଷରେ ବୃଦ୍ଧ ଜଣକ କିଛି ଉପାୟ ନପାଇ ଏକ ସ୍କୁଟି ତଳେ ତାଙ୍କ ଖାଇବା ପ୍ଲେଟ୍‌କୁ ରଖି ସେହି ବର୍ଷାରେ ହିଁ ବସି ଖାଇ ଯାଉଛନ୍ତି।

 

ଭିଡିଓଟି ‘ଜିନ୍ଦେଗୀ ଗୁଲ୍‌ଜାର୍‌ ହୈ’ ପେଜ୍‌ରେ ପୋ‌ଷ୍ଟ୍‌ ହୋଇଛି। ସେଥିରେ କ୍ୟାପ୍‌ସନ ଲେଖାଯାଇଛି, ‘ହେ ଜୀବନ, ତୁମକୁ ନେଇ ବହୁତ ଅଭିଯୋଗ ଥିଲା। ମାତ୍ର ଏହି ଦୃଶ୍ୟକୁ ଦେଖିବା ପରେ ମୁଁ ସମସ୍ତ ଅଭିଯୋଗ ପରିତ୍ୟାଗ କରି ପକାଇଲି।’

ଏହି ଭିଡିଓଟିକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ କମେଣ୍ଟ୍‌ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୋ ପାଖରେ କିଛି ଶବ୍ଦ ନାହିଁ, ଏହା ଖୁବ୍‌ ଦୁଃଖଦ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ନିର୍ଦୟୀ ଭୋକ’।

ସମ୍ବନ୍ଧିତ ଖବର