ଶରୀର ଉପର ଦେଇ ଚାଲିଗଲା ମାଲଗାଡ଼ିର ୪୦ଟି ବଗି, ବୃଦ୍ଧଙ୍କୁ ଆସିଲା ନାହିଁ ସାମାନ୍ୟ ଆଘାତ

ଭୋପାଲ: ‘ଯାହାକୁ ରଖିବେ ଅନନ୍ତ କେ କରି ପାରିବ ବଳବନ୍ତ’। ମଧ୍ୟପ୍ରଦେଶର ଝାବୁଆରେ ଏମିତି ଏକ ଘଟଣା ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ୫୫ବର୍ଷର ଜଣେ ବୃଦ୍ଧଙ୍କ ଉପରେ ମାଲଗାଡ଼ିର ୪୦ଟି ବଗି  ଗଲା ପରେ ବି ତାଙ୍କୁ ସାମାନ୍ୟ ଆଘାତ ଲାଗି ନଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୪ ସକାଳେ ମେଘନଗର ରେଲେଓ୍ଵ ଷ୍ଟେସନ୍‌ରେ ଜଣେ ବୃଦ୍ଧ ମେମୋ ଟ୍ରେନ୍‌ ଧରିବାକୁ ଆସିଥିଲେ। ଟ୍ରେନ୍‌ରେ ଚଢ଼ିବାକୁ ଯାଉଥିବା ସମୟରେ ତାଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ରେଳ ଧାରଣାରେ ପଡ଼ି ଯାଇଥିଲେ। ଏହି ସମୟରେ ରେଳ ଧାରଣାରେ ଏକ ମାଲଗାଡ଼ି ଚାଲି ଆସିଥିଲା। ବୃଦ୍ଧ ରେଳଧାରଣାରେ ପଡ଼ିଥିବା ସମୟରେ ମାଲଗାଡ଼ିର ୪୦ଟି ବଗି ବୃଦ୍ଧଙ୍କ ଉପର ଦେଇ ଚାଲି ଯାଇଥିଲା, କିନ୍ତୁ ବୃଦ୍ଧଙ୍କୁ ସାମାନ୍ୟ ଆଘାତଟିଏ ବି ଲାଗି ନଥିଲା।

 

ଭିଡିଓରେ ଦେଖିବାକୁ ମିଳୁଛି କି ମାଲଗାଡ଼ି ଚାଲିଯିବା ପରେ ବୃଦ୍ଧ ରେଳଧାରଣାରୁ ଉଠି ପୁଣି ରେଳରେ ଯିବାକୁ ଆସୁଛନ୍ତି। ଏହି ଘଟଣାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର