ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଲା ଗୁଣ୍ଡୁଚି ମୂଷାକୁ ଯୁବକ କୁର୍‌କୁରେ ଖୁଆଉଥିବାର ଦୃଶ୍ୟ

ନୂଆଦିଲ୍ଳୀ: ଜୀବଜନ୍ତୁଙ୍କୁ ଆପଣ କେତେ ସ୍ନେହ କରନ୍ତି ? ସୋସିଆଲ୍‌ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ଅନେକ ଭିଡିଓ ଭାଇରାଲ୍‌ ହୋଇଛି। ନିକଟରେ ଭାଇରାଲ୍‌ ହୋଇଥିବା ଭିଡିଓଟି ଦେଖି ଆପଣ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ। କାରଣ ଭିଡିଓଟିରେ ଏକ ଗୁଣ୍ଡୁଚି ମୂଷା କୁରୁକୁରେ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଏକ ସିମେଣ୍ଟ୍‌ ଚେୟାର୍‌ରେ ଜଣେ ଯୁବକ ବସି କୁର୍‌କୁରେ ଖାଉଛନ୍ତି। ଯୁବକଙ୍କ ପାଖକୁ ଏକ ଗୁଣ୍ଡୁଚି ଯାଉଛି। ଗୁଣ୍ଡୁଚିକୁ ଦେଖି ଯୁବକ ଜଣକ ଖୁସି ହୋଇ ଯାଉଛନ୍ତି। ତା’ପରେ ସେ କୁର୍‌କୁରେ ପ୍ୟାକେଟ୍‌ରୁ ଏକ କୁରକୁରେ କାଢ଼ି ଗୁଣ୍ଡୁଚିକୁ ଦେଉଛନ୍ତି। ଗୁଣ୍ଡୁଚିଟି ବି କୁର୍‌କୁରେ ଖାଉଛନ୍ତି। ଯୁବକ ଜଣକ ଗୋଟାଏ ପରେ ଗୋଟାଏ କୁର୍‌କୁରେ ଗୁଣ୍ଡୁଚିକୁ ଦେଇ ଚାଲିଛନ୍ତି ଓ ଗୁଣ୍ଡୁଚି ବି ଖାଇଚାଲିଛି।

ଏହି ଭିଡିଓଟି ଟ୍ବିଟର୍‌ ସେୟାର୍‌ ହେବା ପରେ ଏବେ ସୁଦ୍ଧା ୧୦ ହଜାର ଭିୟୁ ହୋ‌ଇ ସାରିଲାଣି। ଭିଡିଓଟି ଏକ ପାର୍କର ବୋଲି ଜଣାପଡ଼ିଛି।

 

ଏହି ଭିଡିଓଟି ‘ଜିନ୍ଦେଗୀ ଗୁଲ୍‌ଜାର ହୈ’ ନାମକ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ ହୋଇଛି। ସେଥିରେ କ୍ୟାପ୍‌ସନ୍‌ ଲେଖାଯାଇଛି, ‘ଯିଏ ଯନ୍ତ୍ରଣାର ଅନୁଭବ କ’ଣ ଜାଣନ୍ତି, ସେ ଅନ୍ୟକୁ ସାହାଯ୍ୟ କରିପାରନ୍ତି।’

ତେବେ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କେହି କେହି ଯୁବକଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କେହି ଗୁଣ୍ଡୁଚିକୁ କୁର୍‌କୁରେ ଦେଉଥିବାରୁ ପ୍ରତିବାଦ ବି କରିଛନ୍ତି।

ସମ୍ବନ୍ଧିତ ଖବର