ନ୍ୟୁୟର୍କ: ଜଣେ ବ୍ୟକ୍ତିଙ୍କୁ ନିଜ ଛୁଆର କେୟାର ଟେକରଙ୍କ ସହ ପ୍ରେମ ହୋଇଯିବା ପରେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବ୍ୟକ୍ତି ଓ ତାଙ୍କ ପିଲାର କେୟାର ଟେକର୍ଙ୍କ ମଧ୍ୟରେ ୨୦ ବର୍ଷରୁ ଅଧିକ ବୟସ ବ୍ୟବଧାନ ରହିଛି। ପ୍ରଥମରୁ ମହିଳା ଜଣକ ପିଲାର ଯତ୍ନ ଠିକ୍ ଭାବେ ନେଇ ପାରୁନଥିଲେ। ସେହି କାରଣରୁ ବ୍ୟକ୍ତି ଜଣକ ତାଙ୍କୁ କାମରୁ ବି କାଢ଼ିବାକୁ ଚାହୁଁଥିଲେ। ମାତ୍ର ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା ଓ ସେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବାକୁ ଲାଗିଲେ।
କାହାଣୀର ଆରମ୍ଭ ସେବେଠାରୁ ହେଲା ଯେବେ ୪୯ ବର୍ଷୀୟ ବେନ୍ ନିଜ ପିଲା ପାଇଁ ଏକ କେୟାର ଟେକର୍ ଖୋଜୁଥିଲେ। ୨୦୧୪ ମସିହାରେ ରୋମାନ ନାମ୍ନୀ ଏକ ମହିଳା ତାଙ୍କୁ ମିଳିଗଲେ। ୨୩ ବର୍ଷୀୟା ରୋମାନ ଧୀରେ ଧୀରେ ବେନ୍ଙ୍କ ୩ ପିଲାଙ୍କ ସହ ଖୁବ୍ ନିକଟତର ହୋଇଗଲେ। ପରେ ବେନ୍ ଓ ରୋମାନା ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ପରେ ୨୦୧୭ ମସିହା ନଭେମ୍ବର ମାସରେ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ।
View this post on Instagram
ଏହା ପରେ ରୋମାନା ପିଲାଙ୍କ କେୟାର ଟେକର୍ରୁ ସାବତ ମାଆ ବନିଗଲେ। ସେ ବେନ୍ଙ୍କ ସବୁଠାରୁ ବଡ଼ ପୁଅଙ୍କଠାରୁ ମାତ୍ର ୭ ବର୍ଷ ବଡ଼। ଏହି ଦମ୍ପତି ଏବେ ନ୍ୟୁୟର୍କର ଲାଙ୍ଗ ଆଇଲାଣ୍ଡ୍ରେ ରହୁଛନ୍ତି।
ଏହି କାହାଣୀ ସୋସିଆଲ୍ ମିଡିଆରେ ପ୍ରକାଶ ପାଇବା ପରେ କେହି କେହି ସେ ଦୁହିଁଙ୍କ ନିଷ୍ପତ୍ତିକୁ ଉଚିତ ବୋଲି କହିଥିବା ବେଳେ ଆଉ କେହି ଏହାକୁ ଲଜ୍ଜାକର ଘଟଣା ବୋଲି ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-123.jpg)