ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ଟ୍ରାଫିକ୍ ପୁଲିସର ଉପସ୍ଥିତ ବୁଦ୍ଧି ହେତୁ ଜ‌ଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ।

Advertisment

ଯେଉଁଥିରେ ଟ୍ରାଫିକ ପୁଲିସ ରାଜଶେଖର ହୃଦଘାତର ଶିକାର ହୋଇ ତଳେ ପଡ଼ି ଯାଇଥିବା ବ୍ୟକ୍ତିଙ୍କୁ ସିପିଆର ଦେଉଥିବା ଦେଖିବାକୁ ମିଳୁଛି। ସିପିଆର ହେଉଛି ଏକ ଜୀବନ ରକ୍ଷାକାରୀ କୌଶଳ। ଯାହା ହୃଦଘାତ କିମ୍ବା ବୁଡ଼ିଯିବା ପରେ ଜରୁରୀକାଳୀନ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ଉପଯୋଗୀ ହୋଇଥାଏ ବୋଲି କୁହାଯାଏ।

ଏହି ଘଟଣାର ଭିଡିଓକୁ ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ହରିଶ ରାଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଟ୍ରାଫିକ୍ ପୁଲିସ ହୃଦଘାତ କାରଣରୁ ତଳେ ପଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କ ଛାତି ଉପରେ ଚାପ ପକାଇ ଚାଲିଛନ୍ତି, ଯେପର୍ଯ୍ୟନ୍ତ ସେ କୌଣସି ପ୍ରତିକ୍ରିୟା ଦେଖାଇ ନାହାନ୍ତି ।

ରାଜେନ୍ଦ୍ରନଗର ଟ୍ରାଫିକ ପୁଲିସ କନଷ୍ଟେବଳ ରାଜଶେଖର ଶୀଘ୍ର ସିପିଆର ଦେଇ ଜଣକଙ୍କ ଜୀବନ ରକ୍ଷା କରିବା ଘଟଣା ଏକ ପ୍ରଶଂସନୀୟ କାର୍ଯ୍ୟ  ବୋଲି କହିବା ସହିତ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଏଥିସହିତ ସେ କହିଛନ୍ତି ଯେ, ’ ରାଜ୍ୟ ସରକାର ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମୀଙ୍କୁ ସିପିଆର ପ୍ରଶିକ୍ଷଣ କରିବାର ଯୋଜନା କରୁଛନ୍ତି। କାରଣ ହୃଦଘାତ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ସିପିଆର ପ୍ରଶିକ୍ଷଣ ପାଇଥିଲେ ସେମାନେ ବି ଅନେକ ଲୋକଙ୍କ ଜୀବନ ବଞ୍ଚାଇ ପାରିବେ।’