‌ପୋଷା କୁକୁରଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହିତ ଲଢ଼େଇ କଲେ ମାଲିକ

ନୂଆଦିଲ୍ଲୀ: ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ବନ୍ଧୁତା ଏପରି ହୋଇଥାଏ କି ଉଭୟ ପରସ୍ପର ପ୍ରତି ଜୀବନ ଦେବାକୁ ବି ପଛାଇ ନଥାଆନ୍ତି। ପୂର୍ବରୁ ଆପଣ ଅନେକ ଥର ଶୁଣିଥିବେ କି ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ପଶୁମାନେ ନିଜ ଜୀନବକୁ ବାଜି ଲଗାଇ ଦେଇଥାଆନ୍ତି। ସେହିପରି କିଛି ମାଲିକ ଏମିତି ବି ହୋଇଥାଆନ୍ତି ଯେଉଁମାନେ କି ପଶୁମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନର ଖାତିର କରି ନଥାଆନ୍ତି।

ଆମେରିକାର ଫ୍ଲୋରିଡାରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ, ଜଣେ ବ୍ୟକ୍ତି ତାଙ୍କ ଘର ଭିତରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଏକ ଭାଲୁ ଉକ୍ତ ବ୍ୟକ୍ତିଙ୍କ ଦ୍ବାର ଦେଇ ପଶିବାକୁ ବହୁ ଚେଷ୍ଟା କରୁଛି। ଭାଲୁ ବ୍ୟକ୍ତିଙ୍କ ଦୁଇଟି ଛୋଟ ପୋଷା କୁକୁରକୁ ଶିକାର କରିବା ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିଥିଲା। କିନ୍ତୁ ମାଲିକ ଭାଲୁକୁ କୁକୁରମାନଙ୍କୁ ଆକ୍ରମଣ କରୁଥିବା ଦେଖି ନିଜେ ଲଢ଼େଇ କରିଥିଲେ।
ରିପୋର୍ଟ ଅନୁଯାୟୀ, ଡେଟୋନା ବିଚ ନିକଟରେ ରହୁଥିବା ବ୍ୟକ୍ତିଙ୍କ ନାମ ୱାଲ୍ଟର ହିକାକ୍ସ ବୋଲି କୁହାଯାଉଛି।

ଏହି ଘଟଣା ବିଷୟରେ ବ୍ୟକ୍ତି ଜଣକ କହିଛନ୍ତି ଯେ ଯେତେବେଳେ ଭାଲୁ ଆକ୍ରମଣ କରିଥିଲା ତାଙ୍କୁ କିଛି ବୁଦ୍ଧିବାଟ ଦିଶି ନଥିଲା। ସେ କେମିତି ନିଜ ପୋଷା କୁକୁରକୁ ଭାଲୁ ଆକ୍ରମଣରୁ ବଞ୍ଚାଇବେ ତାହା ହିଁ ସ୍ଥିର କରି ଭାଲୁ ସହିତ ଲଢ଼େଇ କରିଥିଲେ। ସୋସିଆଲ ମିଡିଆ ବ୍ୟବହାରକରୀ ଉକ୍ତ ବ୍ୟକ୍ତିଙ୍କ ପଶୁଙ୍କ ପ୍ରତି ଭଲ ପାଇବାକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର