ନୁଡୁଲ୍ସ ସାହାଯ୍ୟରେ ଯୋଡ଼ି ହୋଇଗଲା ଭଙ୍ଗା ଓ୍ଵାସ୍‌ବେସିନ୍‌: ଭିଡିଓ ଦେଖନ୍ତୁ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଯାବତ୍‌ ଲୋକମାନଙ୍କୁ ମ୍ୟାଗି ନୁଡୁଲ୍ସ ବନାଇ ଖାଉଥିବା ଦେଖି ଆସିଥିବେ ଓ ନିଜେ ବି ବନାଇ ଖାଇଥିବେ। କିନ୍ତୁ ଆପଣ କେବେ ନୁଡୁଲ୍ସ ସାହାଯ୍ୟରେ ଭଙ୍ଗା ଓ୍ଵାସ୍‌ବେସିନ୍‌କୁ ଠିକ୍‌ କରିଛନ୍ତି। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

ଭିଡିଓରେ ଜଣେ ବ୍ୟକ୍ତି ନିଜର ବାଥରୁମ୍‌ରେ ଭାଙ୍ଗି ଯାଇଥିବା ଓ୍ଵାସବେସିନ୍‌କୁ ଯୋଡୁଛନ୍ତି। ବ୍ୟକ୍ତି ଜଣକ କଞ୍ଚା ନୁଡୁଲ୍ସକୁ ଭାଙ୍ଗି ଯାଇଥିବା ଓ୍ଵାସବେସିନ୍‌ର ସାମ୍ନା ପାର୍ଶ୍ୱରେ କିଛି ଅଠା ଦେଇ ଭରୁଛନ୍ତି। ଏହାପରେ ତାକୁ କାଟି ବେସିନ୍‌ର ଆକାର ଦେଇ ତା ଉପରେ ଧଳା ରଙ୍ଗର ପେଣ୍ଟ ଦେଇ ଭାଙ୍ଗି ଯାଇଥିବା ଖଣ୍ଡକୁ ସୁନ୍ଦର ଭାବେ ଠିକ୍‌ କରି ଦେଉଛନ୍ତି। ଏହି ଭିଡିଓକୁ ସେୟାର କରିବାର କିଛି ସମୟ ଭିତରେ ତାହା ଭାଇରାଲ ହେବାରେ ଲାଗିଛି। ନୁଡୁଲ୍ସ ସାହାଯ୍ୟରେ ଓ୍ଵାସବେସିନ୍‌କୁ ଯୋଡୁଥିବା ବ୍ୟକ୍ତିଙ୍କ ଏଭଳି କାମକୁ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧିତ ଖବର