ନୂଆଦିଲ୍ଲୀ: ଆମ ଆଖପାଖରେ ଏମିତି ଅନେକ ସ୍ଥାନ ବା ଜିନିଷ ରହିଥାଏ ଯାହା ଉପରେ ଆମେ ଧ୍ୟାନ ହିଁ ଦେଇ ନଥାଉ। ନିକଟରେ ଜଣେ ବ୍ୟକ୍ତି ଏମିତି ଏକ ଗାଢ଼ା ଖୋଜି ବାହାର କରିଛନ୍ତି ଯେଉଁଥିରେ ଅନେକ ରହସ୍ୟ ଯୋଡ଼ି ହୋଇଥିବା କଥା କୁହାଯାଇଛି।
/sambad/media/post_attachments/wp-content/uploads/2018/07/hole_3139927_835x547-m-300x197.png)
ଏଭଳି ଏକ ମାମଲା ଇଂଲଣ୍ଡର ସଫୋଲ୍କ ସହରରେ ଘଟିଛି। ଯେଉଁଠାରେ ରିଜ କାର୍ଟର ନାମକ ଜଣେ ବ୍ୟକ୍ତି ୧୩୦ବର୍ଷ ପୂରୁଣା ଏକ କୋଠା କିଣିଥିଲେ। ଯାହାର ନିର୍ମାଣ ୧୮୮୮ ମସିହାରେ ହୋଇଥିଲା। ୧୩୦ବର୍ଷ ପୁରୁଣା ଏହି କୋଠାକୁ ଦେଖିବା ପାଇଁ ବି ସେମତି ଅଦ୍ଭୁତ ଲାଗୁଥିଲା। ଗୋଟିଏ ଦିନ ରିଜ କୋଠା ପଛପଟେ ଥିବା ଖାଲି ସ୍ଥାନରେ ବୁଲୁଥିଲେ, ସେଠାରେ ତାଙ୍କ ନଜର ଏକ ଗଭୀର ଗାଢ଼ା ଉପରେ ପଡ଼ିଥିଲା। ଯାହାକୁ ସେ ଘର କିଣିବା ଦିନଠାରୁ ଦେଖି ନଥିଲେ। ରିଜ ସେହି ଗାଢ଼ା ଭିତରକୁ ଦେଖିଲେ ତାହା ପୂରା ଏକ କୂଅ ଭଳି ହୋଇଥିଲା। ଏହାପରେ ଏହି ଗାଢ଼ା ଭିତରେ କ’ଣ ଅଛି କ’ଣ ନାହିଁ ଜାଣିବା ପାଇଁ ମନବଳାଇ ଥିଲେ। ଗାଢ଼ା ଭିତରୁ ସେ ଛଅ ଫୁଟ ଗଭୀର ଓ ଚାରି ଫୁଟ ଚଉଡା ଏକ ଚ୍ୟାମ୍ବର ଥିବା ଦେଖିବାକୁ ପାଇଥିଲେ। ଚ୍ୟାମ୍ବରରେ ଏକ ଚାରି ଓ ଛଅ ଇଞ୍ଚର ପାଇପ୍ ଥିଲା, ଯାହା ଘର ଆଡକୁ ଯାଇଥିଲା। ଗାଢ଼ା ଭିତରୁ ରିଜକୁ ଏକ ପଥରର ବଡ଼ ଢ଼ାକୁଣିରେ ମିଳିଥିଲା। କେବଳ ଏତିକି ନୁହେଁ ଏହି ଗାଢ଼ା ଖୋଳାଯିବା ପରେ ଧାତୁ ନିର୍ମିତ ଅନେକ ସାମଗ୍ରୀ ମିଳିଥିଲା ତାଙ୍କୁ। ରିଜ ଏହି ସବୁ ସାମଗ୍ରୀକୁ ଏକାଠି କରି ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ଏହି ସବୁ ସାମଗ୍ରୀର ରହସ୍ୟ ଜାଣିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/098765.jpg)