ଏକାଠି ଜିଇଁବେ, ଏକାଠି ମରିବେ ବୋଲି ଦେଇଥିବା ପ୍ରତିଶ୍ରୁତି ପୂରା କଲେ : ପତ୍ନୀ ମୃତ୍ୟୁର ୧୩ ଘଣ୍ଟା ପରେ ହଠାତ ଉଡ଼ିଗଲା ସ୍ୱାମୀଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ପ୍ରତ୍ୟେକ ଦମ୍ପତି ବିବାହ ସମୟରେ ଏକାଠି ଜିଇଁବେ, ଏକାଠି ମରିବାର ପ୍ରତିଶ୍ରୁତି ଉଭୟ ଉଭୟଙ୍କୁ ଦେଇ ଥାଆନ୍ତି। କିନ୍ତୁ କ୍ବଚିତ ଦମ୍ପତି ଏହି  ପ୍ରତିଶ୍ରୁତି  ରଖିପାରୁ ଥିବାର ଘଟଣା ଆମେ ଦେଖିଛେ। ନିକଟରେ ଏକ ଦମ୍ପତିି ଏକାଠି ଜିଇଁବେ, ଏକାଠି ମରିବାର ଏହି ବଚନକୁ ପୂରା କରିଥିବା ଦେଖିବାକୁ ମିଳିଛି।

ୟୁଏଇରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ତାଙ୍କ ପତ୍ନୀଙ୍କ ଦେହାନ୍ତର ଠିକ୍‌୧୩ଘଣ୍ଟା ପରେ ହୋଇଯାଇଥିବା ଜଣାପଡ଼ିଛି। ୧୦୭ବର୍ଷୀୟ ଗାଜି ଅଲୀ ନିଜର ପତ୍ନୀଙ୍କ ସହିତ ରସ ଅଲ ଖୋମାହରେ ଘାଲିଲାହ ନାମକ ସ୍ଥାନରେ ବାସବାସ କରୁଥିଲେ। ଆଜିକୁ ୬୫ବର୍ଷ ପୂର୍ବେ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ।

पत्नी की मौत के 13 घंटे बाद पति ने छोड़ी दुनिया, कब्र में रहेंगे साथ
aajtak

ଦୁହିଁଙ୍କ ଦେହାନ୍ତ ପରେ ପରିବାରଲୋକ କହିଛନ୍ତି, ବାପା-ମା’/ଜେଜେ-ଜେଜେ ମା’ଙ୍କୁ ବହୁତ ବୟସ ହୋଇଯାଇଥିବାରୁ ଦୁହେଁ ଅସୁସ୍ଥ ହୋଇ ପଡ଼ିଥିଲେ। ଦୁହିଁଙ୍କ ମଧ୍ୟରେ ସମ୍ପର୍କର ମଧୁରତା ଏତେ ଗଭୀର ଥିଲା କି ଏଭଳି ଅବସ୍ଥାରେ ବି ଦୁହେଁ ଦୁହିଁଙ୍କ ଯତ୍ନ ନେବାକୁ ପଛାଉ ନଥିଲେ। ଜେଜେବାପା ଯେତେବେଳେ ଜେଜେମା’ଙ୍କ ମୃତ୍ୟୁ ଖବର ଶୁଣି ନଥିଲେ, ସେ ପୂରାପୂରି ନୀରବ ହୋଇ ଯାଇଥିଲେ। କାହାରି ସହିତ କିଛି କଥା ହୋଇ ନଥିଲେ।

ଏପରି ଭାବେ ଜେଜେମା’ଙ୍କ ମୃତ୍ୟୁକୁ ୧୩ଘଣ୍ଟା ବିତିଥିବା ବେଳେ ସେହି ଦିନ ଅପରାହ୍ନ ୪ଟାରେ ହଠାତ ଜେଜେବାପାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଜେଜେବାପା-ଜେଜେମା’ଙ୍କ ମୃତ୍ୟୁ ପରେ ଦୁହିଁଙ୍କୁ ଗୋଟିଏ କବର ଦିଆଯାଇଥିଲା ବୋଲି ମୃତ ବୃଦ୍ଧ ଦମ୍ପତିଙ୍କ ଅଣନାତି ମହମ୍ମଦ ଅଲୀ କହିଛନ୍ତି।

ସମ୍ବନ୍ଧିତ ଖବର