ନୂଆଦିଲ୍ଲୀ: ଚର୍ଚ୍ଚାରେ ମହାରାଜା ଏକ୍ସପ୍ରେସ। ରାଜମହଲର ମଜା ଦେଉଥିବା ଏହି ଟ୍ରେନର ଟିକେଟ ଟଙ୍କାରେ କିଣିପାରିବେ ଘର। ଟ୍ରେନରେ ଯାତ୍ରା କରିବାକୁ ଦେଶର ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କାରଣ ଖୁବ କମ ଟଙ୍କାରେ ଲୋକେ ଦେଶର ବିଭିନ୍ନ କୋଣକୁ ଯାତ୍ରା କରିପାରନ୍ତି। କିନ୍ତୁ ଆଜି ଆମେ ଯେଉଁ ଟ୍ରେନ ବିଷୟରେ କହିବୁ, ଏହା ଶସ୍ତା ଜମା ବି ନୁହେଁ। ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ ଜଣେ ମଧ୍ୟବିତ୍ତଙ୍କୁ ନିଜର ଘରବାଡ଼ି ବିକ୍ରି କରିବାକୁ ପଡ଼ିବ। ଆମେ କହୁଛୁ, ରାଜମହଲର ମଜା ଦେଉଥିବା ମହାରାଜା ଏକ୍ସପ୍ରେସ ଟ୍ରେନ୍ ବିଷୟରେ...

Advertisment

ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଦ୍ୱାରା ପରିଚାଳିତ ମହାରାଜା ଏକ୍ସପ୍ରେସ ବିଭିନ୍ନ ମାର୍ଗରେ ଯାତ୍ରୀମାନଙ୍କୁ ବିଳାସପୂର୍ଣ୍ଣ ଟ୍ରେନ୍ ଯାତ୍ରାର ଅଭିଜ୍ଞତା ଦିଏ । ମହାରାଜା ଏକ୍ସପ୍ରେସର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, "ମହାରାଜା ଏକ୍ସପ୍ରେସ୍ ଭାରତର ବିଭିନ୍ନ କୋଣକୁ ଯାଉଥିବା ସହ ଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ଟ୍ରେନ ଯାତ୍ରାର ଅନୁଭବ ଦିଏ। ଏହି ଟ୍ରେନରେ ଜଣେ ଯାତ୍ରୀ ୪ଟି ମାର୍ଗ ଯଥା- ଇଣ୍ଡିଆନ୍ ପାନୋରାମା, ଟ୍ରେଜର ଅଫ୍ ଇଣ୍ଡିଆ, ଦ ଇଣ୍ଡିଆନ୍ ସ୍ପେ୍ଲଣ୍ଡର  ଏବଂ ହେରିଟେଜ୍ ଅଫ୍ ଇଣ୍ଡିଆରୁ ଗୋଟିଏ ବାଛି ପାରିବେ ଏବଂ ସାତ ଦିନ ପାଇଁ ବାଛିଥିବା ମାର୍ଗରେ ଯାତ୍ରା କରିପାରିବେ ।

ଇନଷ୍ଟାଗ୍ରାମ ବ୍ୟବହାରକାରୀ କୁଶାଗ୍ରା ପ୍ଲାଟଫର୍ମରେ ଥିବା ମହାରାଜା ଏକ୍ସପ୍ରେସର ଏକ ସୁଇଟର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ମହାରାଜା ଏକ୍ସପ୍ରେସ ରୁମର ଡୋର ଖୋଲୁଛନ୍ତି । ଭିତରେ ରହିଛି ଏକ ଡାଇନିଂ ଏରିଆ, ସାୱାର ସହିତ ବାଥରୁମ ଏବଂ ଦୁଇଟି ମାଷ୍ଟର ବେଡରୁମ । ତାଙ୍କ ଅନୁସାରେ ମହାରାଜା ଏକ୍ସପ୍ରେସରେ ଏହାର ଲାଭ ଉଠାଇବା ପାଇଁ ଜଣଙ୍କୁ ୧୯ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ହେବ।

ଭିଡିଓଟି ସେୟାର କରିବା ପରେ ଏହାକୁ ୪୮,୦୦ ଲାଇକ୍ ମିଳିଥିବା ସହ ୩ ମିଲିୟନ୍ ଲୋକ ଏହାକୁ ଦେଖିଛନ୍ତି । ଭିଡିଓ ଦେଖି ଜଣେ ଇନଷ୍ଟା ବ୍ୟବହାରକାରୀ ଲେଖିଛନ୍ତି ଯେ, 'ମୁଁ ୧୯ ଲକ୍ଷରେ ସମ୍ପତ୍ତି କିଣିବାକୁ ପସନ୍ଦ କରିବି । ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଏହି ଟଙ୍କାରେ ମୁଁ ନ୍ୟୁୟର୍କ ସହର କିମ୍ବା ବିଦେଶର କୌଣସି ଦେଶ ବୁଲିପାରିବି।