ଏହି ଭୁଲ ପାଇଁ ଗୋଟେ ଦିନରେ ଯୁବକଙ୍କୁ ମିଳିଲା ୫୧ଟି ଚାଲାଣ

ନୂଆଦିଲ୍ଲୀ: ଗୋଟେ ଦିନରେ ଯୁବକଙ୍କୁ ମିଳିଲା ୫୧ଟି ଚାଲାଣ। କରିଥିବା ଭୁଲ ପାଇଁ ଜଣେ ଯୁବକଙ୍କୁ ଗୋଟିଏ ଦିନରେ ୫୧ଟି ଚାଲାଣ ମିଳିଥିବା ଜଣାପଡ଼ିଛି, ଯେଉଁଥିରେ ତାଙ୍କ ଉପରେ ମୋଟ ୬ଲକ୍ଷରୁ ଅଧିକ ଜରିମାନା ଲାଗୁ କରାଯାଇଛି। ରେସିଡେଣ୍ଟ ରୋଡରେ କାର ଚଳାଇବା ପାଇଁ ଯୁବକଙ୍କ ଚାଲାଣ କଟିଥିବା ଜଣାପଡ଼ିଛି। ତେବେ ଉକ୍ତ ଯୁବକଜଣକ କହିଛନ୍ତି ଯେ, ଏହି ଜରିମାନା ଭୁଲ ଭାବରେ ଜାରି କରାଯାଇଛି। କାରଣ ରେସିଡେଣ୍ଟ ରୋଡରେ ଟେସଲା କାର ଚଳାଇବାକୁ ତାଙ୍କୁ ଅନୁମତି ମିଳିଛି।

ତେବେ ରେସିଡେଣ୍ଟ ରୋଡରେ କାର ଚଳାଇବାକୁ ଅନୁମତି ଦିଆଯାଏନାହିଁ। ଲୋକମାନେ କେବଳ ସେହି ରାସ୍ତାରେ ଚାଲିପାରିବେ, କାର ଚଳାଇପାରିବେ ନାହିଁ। ରିପୋର୍ଟ ଅନୁଯାୟୀ, ବ୍ରିଟେନର ଲଣ୍ଡନ ନିବାସୀ ଜନ୍ ବରେଟଙ୍କ କାର ରେସିଡେଣ୍ଟ ରୋଡରେ ମାସେ ହେଲା ଚଳାଚଳ କରିଥିବାରୁ ଗୋଟେ ଦିନରେ ତାଙ୍କ ପାଖକୁ ୫୧ଟି ଚାଲାଣ ଆସିଛି। ୫୧ଟି ଚାଲାଣ ଦ୍ବାରା ତାଙ୍କୁ ୬ଲକ୍ଷ ଟଙ୍କା ଜରିମାନା ଆକାରରେ ଦେବାକୁ କୁହାଯାଇଛି।

ତେବେ ବାରେଟ୍ ଦାବି କରିଛନ୍ତି ଯେ ଟେସଲା କାରକୁ ରେସିଡେଣ୍ଟ ରୋଡରେ ଚଲାଇବା ପାଇଁ ତାଙ୍କୁ ଅନୁମତି ମିଳିଛି। ତାଙ୍କ ଉପରେ ଜରିମାନା ଲାଗିବ‌େ ଭୁଲ। କୌଣସି ଚେତାବନୀ କିମ୍ବା ସୂଚନା ଦିଆନଯାଇ ଏଭଳି ଚାଲାଣ କଟାଯାଇଛି। କେଉଁ କ୍ୟାମେରା ତାଙ୍କୁ ଧରିଲା ତାହା ମଧ୍ୟ ଚାଲାଣରେ ଉଲ୍ଲେଖ କରାଯାଇ ନାହିଁ।

ସମ୍ବନ୍ଧିତ ଖବର