୬୦୦ରୁ ଅଧିକ ସହିଦଙ୍କ ନାମରେ ଟାଟୁ ଆଙ୍କି ଏଭଳି କଥା କହିଲେ ଯୁବକ

ନୂଆଦିଲ୍ଲୀ: ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅଧିକାଂଶ ଲୋକ ସେମାନଙ୍କର ଫଟୋ ଆଗରେ ଫୁଲ ଦେଇଥାଆନ୍ତି ନଚେତ ଦୀପ ଜଳାଇ ଥାଆନ୍ତି। ନିକଟରେ ଜଣେ ବ୍ୟକ୍ତି ସହିଦଙ୍କୁ ଏକ ସ୍ବତନ୍ତ୍ର ଶୈଳୀରେ ଶ୍ରଦ୍ଧାଞ୍ଜଳି ଦେଇଥିବା ଦେଖିବାକୁ ମିଳିଛି।

ହାପୁଡ଼ରେ ରହୁଥିବା ଇଣ୍ଟିରିୟର ଡିଜାଇନର୍ ପଣ୍ଡିତ ଅଭିଷେକ ଗୌତମ ଏକ ନିଆରା କାର୍ଯ୍ୟ କରିଛନ୍ତି। ସେ ତାଙ୍କ ଶରୀରରେ ୬୦୦ରୁ ଅଧିକ ସହିଦଙ୍କ ନାମର ଟାଟୁ ଆଙ୍କିଛନ୍ତି।

ଅଭିଷେକ ଗୌତମ ବର୍ତ୍ତମାନ ବଡ଼ହରିଆର ରସୁଲପୁରରେ ଇଣ୍ଟିରିୟର ଡିଜାଇନ୍ ଭାବେ କାମ କରୁଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ତାଙ୍କ ଶରୀରରେ ସେ ୬୩୧ଜଣ ସହିଦଙ୍କ ନାମର ଟାଟୁ ଆଙ୍କିଛନ୍ତି। ମୋଟ ୬୩୧ ସହିଦଙ୍କ ନାମ ମଧ୍ୟରୁ ୫୫୯ ଜଣ କାର୍ଗିଲ ସହିଦଙ୍କ ନାମ ରହିଛି।

ଅଭିଷେକ ନିଜ ପିଠିରେ ସହିଦଙ୍କ ନାମ ବ୍ୟତୀତ ଇଣ୍ଡିଆ ଗେଟ୍ ଏବଂ ସହିଦ ସ୍ମାରକ ମଧ୍ୟ ଆଙ୍କିଛନ୍ତି। ଯେତେବେଳେ ବି ଲୋକମାନେ ତାଙ୍କ ଶରୀରକୁ ଦେଖନ୍ତି ଆଶ୍ଚର୍ଯ୍ୟ ହୋଇଯାଆନ୍ତି, କାରଣ ଅଭିଷେକଙ୍କ ଏଭଳି କାମ କ୍ବଚିତ ଦେଖିବାକୁ ମିଳିଥାଏ।

ଅଭିଷେକ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ପିଠିରେ ଆଙ୍କିଥିବା ଛାପରାସ୍ଥିତ ଏକମାର  ଅରୁଣ କୁମାର ସିଂଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ଏକମାରେ ଅରୁଣ କୁମାର ସିଂଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉ। ଏଥିପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି |ଅରୁଣ କୁମାର ସିଂ କାର୍ଗିଲ ସହିଦଙ୍କ ମଧ୍ୟରୁ ଜଣେ।

ସମ୍ବନ୍ଧିତ ଖବର