ଖେଳୁଖେଳୁ ମାଲିକକୁ ଗୁଳି ମାରିଲା ପୋଷା କୁକୁର

ଓ୍ଵାସିଙ୍ଗଟନ୍‌: ଆମେରିକାରେ ଅପରାଧର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅଭିଯୁକ୍ତ କୌଣସି ମନୁଷ୍ୟ ନୁହେଁ ବରଂ ପୋଷା କୁୁକୁର। ଘଟଣାଟି ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ।

ସୂଚନାଯୋଗ୍ୟ, ଶୁକ୍ରବାର ଜଣେ ୫୧ବର୍ଷିଅ ବୃଦ୍ଧ ନିଜର ପୋଷାକୁକୁର ସହିତ ଖେଳୁଥିଲେ। ଖେଳୁଖେଳୁ କୁକୁରଟି ମାଲିକ ପାଖରେ ଥିବା ବନ୍ଧୁକରୁ ଗୁଳି ଫୁଟାଇ ଦେଇଥିଲା। ଏହାପରେ ପୀଡିତ ସଙ୍ଗେସଙ୍ଗେ ୯୧୧ ନମ୍ବରରେ ପୁଲିସକୁ ଫୋନ୍‌ କରି ଏହି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏମିତି କେମିତି ସମ୍ଭବ ବୋଲି ମନରେ ପ୍ରଶ୍ନ ଉଙ୍କି ମାରିଥିଲା। ସମୟ ବିଳମ୍ବ ନକରି ପୁଲିସ ଘଟଣାସ୍ଥଳରେ ପହଞ୍ଚ ସତ ଜାଣିଲା ପରେ ହତବାକ୍‌ ହୋଇପଡ଼ିଥିଲା।

ରାଜଧାନୀ ଓ୍ଵାସିଙ୍ଗଟନ୍‌ର ଲୋବାରେ ରହୁଥିବା ଫୋର୍ଟ ଡାଜର ରିଚର୍ଡ ରେମମେ ନିଜ ଘର ସୋଫାରେ ବସି ତାଙ୍କର ଦୁଇଟି ପୋଷା କୁକୁର ସହିତ ଖେଳୁଥିଲେ। ଦୁଇଟି କୁକୁର ମଧ୍ୟରୁ ଜଣେ ପିଟବୁଲ ଓ ଜଣେ ଲେବ୍ରାଡୋର ପ୍ରଜାତିର। ଏହି ସମୟରେ ହଠାତ୍‌ ପିଟବୁଲ୍‌ କୁକୁରଟି ଡେଇଁ ପଡ଼ି ରିଚର୍ଡଙ୍କ କୋଳରେ ବସି ତାଙ୍କ ବେଲ୍ଟରେ ଲାଗିଥିବା ୯ଏମଏମ୍‌ର ବନ୍ଧୁକକୁ ଟାଣିବାକୁ ଲାଗିଥିଲା। ଏହି ସମୟରେ ବୋଧ ହୁଏ କୁକୁର ମୁହଁ ବନ୍ଧୁକ ଟ୍ରିଗର ବାଜି ଯାଇଥିଲା। ଫଳରେ ବନ୍ଧୁକରୁ ଗୁଳି ଫୁଟି ରିଚର୍ଡଙ୍କ ଶରୀରରେ ବାଜିଥିଲା। ସୌଭାଗ୍ୟବସତଃ ରିଚର୍ଡଙ୍କୁ ଗମ୍ଭୀର ଆଘାତ ଲାଗି ନଥିଲା। ସେ ହସ୍‌ପିଟାଲରେ କିଛିଦିନ ଚିକିତ୍ସିତ ହେବା ପରେ ଘରକୁ ଚାଲି ଆସିଥିଲେ।

ସମ୍ବନ୍ଧିତ ଖବର