ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିବାନୀରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଏଠାରେ ନିଜ ମାଲିକକୁ ବଞ୍ଚାଇବାକୁ ଯାଇ ପୋଷା କୁକୁର ଯାହା କରିଛି ତାକୁ ନେଇ ଏବେ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି । ୨୨ବର୍ଷୀୟ ପଞ୍ଚମ ଗଜ୍ବେ ନାମକ ଜଣେ ଯୁବକ ଶନିବାର ସକାଳ ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ବାଘଟି ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଏହା ଦେଖି ପଞ୍ଚମଙ୍କ ପୋଷା କୁକୁର ବାଘ ମୁହଁକୁ ଡେଇଁବା ସହ ବାଘ ସହ ଲଢ଼ିଥିଲା । ଶେଷରେ କୁକୁରର ଲଢ଼େଇ ଦେଖି ବାଘଟି ସେଠାରୁ ଚାଲି ଯାଇଥିଲା ।
/sambad/media/post_attachments/wp-content/uploads/2019/06/hygjgj-1559550389-300x169.jpg)
ବନ ବିଭାଗ ଅଧିକାର ଟି.ଏସ୍ ସୁଲିଆଙ୍କ କହିବା ଅନୁଯାୟୀ, ପଞ୍ଚମ ନିଜ କୁକୁରକୁ ସାଥୀରେ ନେଇ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ବାଘ ଆକ୍ରମଣ କରିବାରୁ କୁକୁର ଡ଼ରି ପଳାଇବା ପରିବର୍ତ୍ତେ ବାଘ ସହ ଲଢ଼ିଥିଲା । କୁକୁର ଭୁକିବା ଶୁଣି ପାଖ ଗାଁ ଲୋକେ ଆସି ଯିବାରୁ ବାଘଟି ଡ଼ରି ସେଠାରୁ ପଳାଇଥିଲା । ଯଦି କୁକୁରଟି ବାଘ ସହ ନ ଲଢ଼ିଥାନ୍ତା, ତେବେ ପଞ୍ଚମଙ୍କ ସହ କିଛି ବି ଘଟି ଯାଇଥାନ୍ତା । ଏହି ଘଟଣା ପରେ ପଞ୍ଚମଙ୍କ ବାମ ହାତ ଏବଂ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି ।