ମିଳିଲା ନୂଆ ଜୀବନ ! ଡାକ୍ତର ଯୁବକଙ୍କ ଶରୀରରେ ପ୍ରତିରୋପଣ କଲେ ଅନ୍ୟ ଜଣକଙ୍କ ହାତ ଓ ମୁହଁ

ନୂଆଦିଲ୍ଲୀ: ଆମେରିକୀୟ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ବ୍ୟବସ୍ଥାକୁ ପରିଚାଳନା କରୁଥିବା ସଂସ୍ଥା ୟୁନାଇଟେଡ଼ ନେଟୱାର୍କ ଫର ଅର୍ଗାନ ସେୟାରିଂ ଅନୁସାରେ ଦୁନିଆରେ ସର୍ଜନ ଏଯାବତ ପାଖାପାଖି ୧୮ଜଣଙ୍କ ମୁହଁ ଓ ୩୫ଟି ହାତ ପ୍ରତିରୋପଣ କରିସାରିଛନ୍ତି। କିନ୍ତୁ ଏକାଥରେ ମୁହଁ ଓ ଦୁଇଟି ହାତ ପ୍ରତିରୋପଣ କରିବା ଘଟଣା କମ ରହିଥିବା ବେଳେ ନିକଟରେ ଜଣେ ଯୁବକଙ୍କ ଏଭଳି ପ୍ରତିରୋପଣ ସଫଳ ହୋଇଛି।

ଆମେରିକାରେ ରହୁଥିବା ୨୨ ବର୍ଷୀୟ ଜୋ ଡିମିୟୋ ୨୦୧୮ରେ ଏକ ଡ୍ରଗ୍ କମ୍ପାନିର ପ୍ରଡକ୍ଟ ଟେଷ୍ଟର ଥିଲେ। ଏକ କାର ଦୁର୍ଘଟଣାରେ ଡିମିୟୋଙ୍କର ଶରୀର ପୋଡ଼ି ଯାଇଥିଲା। ସୌଭାଗ୍ୟବଶତଃ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନେକ ଚିକିତ୍ସା ପରେ ଡିମିୟୋଙ୍କର ଅବସ୍ଥାରେ ସୁଧାର ଆସି ନଥିଲା। ଏଥିପାଇଁ ଡାକ୍ତରମାନେ ତାଙ୍କ ଚେହେରା ଓ ହାତର ଏକାସାଙ୍ଗରେ ଅସ୍ତ୍ରୋପଚାର କରିବାକୁ ସ୍ଥିର କରିଥିଲେ।

ଏଥିପାଇଁ ଜଣେ ଡୋନରଙ୍କ ଆବଶ୍ୟକତା ଥିଲା। ୨୦୨୦ ଅଗଷ୍ଟରେ ଡାକ୍ତରଙ୍କ ଟିମ ଡେଲାବରରେ ଜଣେ ଡୋନରଙ୍କୁ ଚିହ୍ନଟ କଲେ ଓ ଡିମିୟୋଙ୍କ ଅପରେସନ କରିଥିଲେ। ଡିମିୟୋଙ୍କ ଅସ୍ତ୍ରୋପଚାର ସଫଳ ବୋଲି କୁହାଯାଉଥିଲେ ହେଁ, କିନ୍ତୁ କିଛି ଦିନ ଅପେକ୍ଷା କରିବାକୁ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

ସମ୍ବନ୍ଧିତ ଖବର