ଇନ୍‌ଷ୍ଟା ଭିଡିଓ ପାଇଁ ଏଗାର ମହଲାରୁ ଡେଇଁଲେ ବ୍ୟକ୍ତି, ତାପରେ…

ଓ୍ଵାଶିଂଟନ: ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ଲୋକେ କ’ଣ ସବୁ ନ କରୁଛନ୍ତି! ଓ୍ଵାଶିଂଟନର ୨୭ ବର୍ଷିଅ ଜଣେ ଯୁବକ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର୍‌ କରିବା ପାଇଁ ଯେଉଁଭଳି ସାହସ ପ୍ରଦର୍ଶନ କରିଛନ୍ତି ତାହା ଦେଖିଲେ ଆପଣ ଚକିତ ହୋଇଯିବେ।

ଯୁବକ ଜଣକ ଏଗାର ମହଲା ଉପରକୁ ତଳକୁ ଡେଉଁଥିବାର ଦେଖିବାକୁ ମିଳିଛି। ଅବଶ୍ୟ ତଳେ ସୁଇମିଂ ପୁଲ୍‌ ରହିଛି। ତଥାପି ବି ଯୁବକ ଜଣକ ଭୟ କରୁଥିବାର ଦୃଶ୍ୟ ଭିଡିଓରେ କଏଦ ହୋଇଛି। ଯୁବକ ଜଣକ ଏପରି କାର୍ଯ୍ୟ କରୁଥିବା ବେଳେ ତାଙ୍କ ବନ୍ଧୁ ଭିଡିଓ ସୁଟ୍‌ କରୁଛନ୍ତି। ଆପଣଙ୍କୁ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଦୃଶ୍ୟଟି ହେଉଛି ରୟାଲ୍‌ କ୍ୟାରିବେନ୍‌ ସିପ୍‌ ଭିତରର ଦୃଶ୍ୟ।

 

 

View this post on Instagram

 

Full send

A post shared by Nick Naydev (@naydev91) on

ଯୁବକ ଜଣକ ଏପରି ଦୁଃସାହସ ପ୍ରଦର୍ଶନ କରିବା ପରେ ତାଙ୍କୁ ଏବଂ ତାଙ୍କ ବନ୍ଧୁକୁ ଜୀବନ ସାରା ପାଇଁ ରୟାଲ୍‌ କ୍ୟାରିବେନ୍‌ ସିପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ଏକ ମୁର୍ଖ କାମ ପାଇଁ ତାଙ୍କୁ ସବୁଦିନ ପାଇଁ ଘରକୁ ପଠାଇ ଦିଆଯାଉଛି ବୋଲି ସିପ୍‌ର ମ୍ୟାନେଜର୍‌ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର