କାରରେ ଯାଉଥିବା ବେଳେ ପୋଲ ଉପରୁ ଡେଇଁ ପଡ଼ିଲେ ଯୁବକ, ଘଟିଲା ଏମିତି ଘଟଣା

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଷ୍ଟଣ୍ଟର ଅନେକ ଭିଡିଓ ଦେଖିଥିବେ। ଏହି ଭିଡିଓଗୁଡିକ ମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତି।

ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଷ୍ଟଣ୍ଟ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଚଳନ୍ତା କାରରୁ ଶହ ଶହ ଫୁଟ ତଳକୁ ଡେଇଁ ପଡୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ବିପଜ୍ଜନକ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଚଳନ୍ତା କାରର ଛାତ ଉପରେ ବସିଛନ୍ତି। ଏହି କାରଟି ଏକ ପୋଲ ଉପର ଦେଇ ଗତି କରୁଛି। ଏତିକି ବେଳେ ବ୍ୟକ୍ତି ଜଣକ କାର ଛାତରୁ ପୋଲ ତଳକୁ ଡେଇଁ ପଡ଼ୁଛନ୍ତି। କିଛି ସମୟ ପରେ ସେ ସାଥୀରେ ନେଇଥିବା ପାରାସୁଟ ଖୋଲି ତାହା ସାହାଯ୍ୟରେ ଉଡ଼ୁଛନ୍ତି। ଥରେ ଭାବି ଦେଖନ୍ତୁ ତ ଯଦି ଏହି ପାରାସୁଟ ଉଚିତ ସମୟରେ  ନ ଖୋଲି ଥାଆନ୍ତା ତେବେ ଯୁବକଙ୍କ ସହିତ କ’ଣ ଘଟିଥାଆନ୍ତା।

ସମ୍ବନ୍ଧିତ ଖବର