ଅହମ୍ମଦାବାଦ: ‘ଯାହାକୁ ରଖିବ ଅନନ୍ତ, କି କରିପାରେ ବଳବନ୍ତ’ ଉକ୍ତିର ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ନିକଟରେ ଏମିତି ଆଉ ଏକ ଘଟଣା ଅହମ୍ମଦାବାଦରେ ଦେଖିବାକୁ ମିଳିଛି। ଅହମ୍ମଦାବାଦର ସାବରମତୀ ନଦୀରେ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ। କିନ୍ତୁ ୩ଦିନ ପରେ ନଦୀକୂଳରେ ଥିବା ଏକ ବୁଦାରୁ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା।
ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ଯୁବକ ଜଣକ ୩ଦିନ ତଳେ ସାବରମତୀ ନଦୀକୁ ଆତ୍ମହତ୍ୟା ପାଇଁ ଡେଇଁ ପଡ଼ିଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେ ନଦୀ କୂଳରେ ଥିବା ଏକ ଜଙ୍ଗଲବୁଦା ଭିତରେ ଫସି ଯାଇଥିଲେ। ତେବେ ଯୁବକ ଜଣକ ୩ଦିନ ଯାଏଁ ବୁଦା ଭିତରେ ଭୋକ ଉପବାସରେ ଫସି ରହିଥିଲେ। ୩ଦିନ ପରେ ଜଣେ କେଉଟ ସେହି ବାଟ ଦେଇ ଡଙ୍ଗା ନେଇ ଯାଉଥିବା ବେଳେ ତାଙ୍କର ନଜର ବୁଦାମୂଳରେ ପଡ଼ିଲା। ବୁଦାମୂଳରେ କେହି ଜଣେ ଥିବା ଜାଣି ସେ ପାଖକୁ ଆସିଥିଲେ। ପାଖକୁ ଆସିବା ପରେ ଜଣେ ଯୁବକ ବୁଦାରେ ଫସି ଛଟପଟ ହେଉଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ କେଉଟ ସଙ୍ଗେସଙ୍ଗେ ଦମକଳବାହିନୀଙ୍କୁ ଫୋନ୍ କରି ଖବର ଦେଇଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ବୁଦା ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ।
India TV Newsପ୍ରକାଶିତ ରିପୋର୍ଟ ମୁତାବକ, ବୁଦା ମଝିରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାମ ତ୍ରିଲୋକ ସିଂହ ବୋଲି ଜଣାପଡ଼ିଛି। ତାଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ। ତ୍ରିଲୋକ କାହିଁକି ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Untitled-2-copy-1.jpg)