ନୂଆଦିଲ୍ଲୀ: ଧନୀ ହୁଅନ୍ତୁ ଅବା ଗରିବ ନିଜର ଘରଟିଏ ତୋଳିବା ପାଇଁ ପ୍ରତ୍ୟେକ ମଣିଷ ସ୍ବପ୍ନ ଦେଖିଥାଆନ୍ତି। ଏହି ସ୍ବପ୍ନ କିଛି ଲୋକଙ୍କ ସାକାର ହେଉଥିବା ବେଳେ ଆଉ କିଛିଲୋକଙ୍କ ଅର୍ଥ ଅଭାବରୁ ଘର ତୋଳିବା ସ୍ବପ୍ନ ଅଧାରେ ରହି ଯାଇଥାଏ
ଏହି କ୍ରମରେ ଜଣେ ଅଟୋ ଚାଳକ ଅନେକ ପରିଶ୍ରମ କରି ତାଙ୍କର ସ୍ବପ୍ନର ଘର ତିଆରି କରିଛନ୍ତି। ଘର ନିର୍ମାଣ ଶେଷ ହେବାପରେ ନିଜର ଜୀବିକାକୁ ସମ୍ମାନ ଦେବା ପାଇଁ ସେ ଚଲାଉଥିବା ଅଟୋକୁ ଛାତ ଉପରେ ଖଞ୍ଜିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।
ଏଥିରେ ଦେଖିବାକୁ ମିଳୁଛି, ଅଟୋ ଚାଳକ ଜଣକ ତାଙ୍କ ଅଟୋକୁ ସମ୍ମାନ ଦେବା ପାଇଁ ଘରର ଛାତ ଉପରେ ତାହାକୁ ରଖୁଛନ୍ତି। ତେବେ ଘର ଛାତ ଉପରକୁ ଅଟୋକୁ ଉଠାଇବା ପାଇଁ ସେ ଏକ କ୍ରେନର ସାହାଯ୍ୟ ନେଇଛନ୍ତି।
ତେବେ ଘଟଣାଟି ହେଉଛି ଏପରି ଅଟୋ ଚାଳକ ଜଣକ ନିଜର ସ୍ବପ୍ନର ଘର ତିଆରି କରିବା ପାଇଁ ଅନେକ ଦିନରୁ ଇଚ୍ଛା ରଖିଥିଲେ। ଏଥିପାଇଁ ସେ ଅଟୋ ଚଲାଇ ଟଙ୍କା ଯୋଗାଡ଼ କରିଥିଲେ। ଘର ତିଆରି ପାଇଁ ଟଙ୍କା ଯୋଗାଡ଼ା ହୋଇଗଲା ପରେ ସେ କାମ ଆରମ୍ଭ କରିଥିଲେ।
View this post on Instagram
ଅଟୋ ଚଳାଇ ଘର ତୋଳିବାର ସ୍ବପ୍ନ ପୁରା ହୋଇ ଯାଇଥିବାରୁ ସେ ଖୁସିରେ ତାଙ୍କ ଅଟୋକୁ ସ୍ମୃତି କରି ସବୁଦିନ ପାଇଁ ସାଇତି ରଖିବାକୁ ଚାହିଁଥିଲେ। ତେଣୁ ଘର ନିର୍ମାଣ କାମ ଶେଷ ହେବାପରେ ଚାଳକ କ୍ରେନ ସାହାଯ୍ୟରେ ଘରର ଶୀର୍ଷରେ ଅଟୋକୁ ରଖି ନିଜ ଜୀବିକା ସମ୍ମାନ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/43398c0f-1c5e-4a58-9546-e97b5c7cc89d.jpg)