ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ଅନେକ ପୋଷ୍ଟ ସେୟାର ହୋଇଥାଏ। ଏହି ଭିଡିଓ ମଧ୍ୟରୁ ସାପ ସହିତ ମଣିଷ ଖେଳ ଦେଖାଉଥିବା ଅନେକ ଘଟଣା ବି ସାମ୍ନାକୁ ଆସିଛି।
ଏହି କ୍ରମରେ ସୋସିଆଲ ମିଡିଆରେ ନିକଟରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ଏକାସହିତ ୫ଟି ଅହିରାଜ ସାପ ଫଣା ମେଲାଇ ବସିଛନ୍ତି। ତାଙ୍କ ସାମ୍ନାରେ ଜଣେ ବ୍ୟକ୍ତି ବସି ଅହିରାଜ ସାପ ୫ଟି ସହିତ ଖେଳ ଦେଖାଉଛନ୍ତି । ଏହି ସମୟରେ ଗୋଟିଏ ପରେ ଗୋଟିଏ ସାପ ଫଣା ମେଲାଇ ଯୁବକଙ୍କ ଆଡକୁ ଚାହିଁ ଗର୍ଜନ କରୁଛନ୍ତି।
କିଛିସମୟ ପରେ ଉକ୍ତ ବ୍ୟକ୍ତି ଜଣକ ହାତରେ ଦୁଇଟି ଅହିରାଜ ସାପକୁ ଧରୁଛନ୍ତି। ବାକି ଅନ୍ୟ ତିନିଟି ସାପ ତାଙ୍କ ସାମ୍ନାରେ ବସିଛନ୍ତି। ଏହି ତିନିଟି ମଧ୍ୟରୁ ମଝିରେ ଥିବା ସାପକୁ ଯୁବକ ଜଣକ ଚୁମ୍ବନ ଦେଉଛନ୍ତି।
View this post on Instagram
ଭିଡିଓକୁ ଯିଏ ଦେଖୁଛନ୍ତି ତାଙ୍କ ଲୋମମୂଳ ଟାଙ୍କୁରି ଉଠୁଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଆର୍ଥ.ରିଲ ନାମକ ପେଜରୁ ସେୟାର କରାଯାଇଛି। ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
କେହିକେହି କହିଛନ୍ତି, ‘ଜୀବଜନ୍ତୁଙ୍କୁ ଏଭଳି ହଇରାଣ କରିବା ଆଦୌ ଗ୍ରହଣୀୟ ନୁହେଁ। ସାପକୁ ଏଭଳି ହଇରାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ।
ଆଉ ଜଣେ ଲେଖିଛନ୍ତି, ‘ନିଜ ଜୀବନ ସହିତ ଖେଳି ଏଭଳି ଖେଳ ଦେଖାଉଥିବା ବ୍ୟକ୍ତିଙ୍କ ସହିତ କେତେବେଳେ ଯେ କ’ଣ ଘଟିବ ତାହା କଳ୍ପନା କରି ହେଉନାହିଁ।