ସ୍ନେହରେ ଚାଟି ପକାଇଲା କୁକୁର, ମାଲିକଙ୍କୁ ଭୋଗିବାକୁ ପଡ଼ିଲା ଏପରି ପରିଣାମ

ନୂଆଦିଲ୍ଲୀ: ଘରେ ଯଦି ପଶୁ-ପକ୍ଷୀ ପାଳିଛନ୍ତି ତେବେ ନିଶ୍ଚୟ ସେମାନଙ୍କ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ଦେଖାଯାଏ ଲୋକମାନେ ତାଙ୍କ ଘରେ ପାଳିଥିବା କୁକୁରକୁ ପୂରାପୂରି ନିଜ ପିଲା ଭଳି ପାଳି ଥାଆନ୍ତି। ମାଲିକ ନିଜ ପୋଜା କୁକୁର ସହିତ ଖାଇ ଥାଆନ୍ତି, ଖେଳି ଥାଆନ୍ତି ଓ ଶୋଇ ଥାଆନ୍ତି ମଧ୍ୟ। କିନ୍ତୁ ଏହା ସମୟସମୟରେ ମହଙ୍ଗା ବି ପଡ଼ିପାରେ ବୋଲି ଖବର ଆସିଥାଏ। ନିକଟରେ ଜଣେ ବ୍ୟକ୍ତିଙ୍କୁ ଏଥିପାଇଁ ତାଙ୍କ ଗୋଡ଼ ହରାଇବାକୁ ପଡ଼ିଛି ।

ଉଇସ୍‌କୋନ୍‌ସିନ୍‌ରେ ବସବାସ କରୁଥିବା ୪୮ବର୍ଷୀୟ ଗ୍ରୋଗା ମୋଣ୍ଟେଉଫୁଲଙ୍କୁ ଏକଦା ତାଙ୍କ କୁକୁର ଚାଟି ପକାଇଥିଲା। ଯାହାକି ତାଙ୍କୁ ଭାରି ପଡ଼ିଛି। କୁକୁର ଚାଟି ଦେବା ହେତୁ ତାଙ୍କ ରକ୍ତର ଭୟଙ୍କର ବ୍ୟାକଟେରିଆ ଜାତ ହୋଇଥିଲା। ଏହା ଏତେ ପରିମାଣରେ ବଢ଼ି ଯାଇଥିଲା କି ତାଙ୍କ ଶରୀରରେ ଉକ୍ତ ରକ୍ତଚାପ ଦେଖିବାକୁ ମିଳିଲା। ଯାହାର ସିଧା ପ୍ରଭାବ ଗ୍ରୋଗାଙ୍କ ଶରୀର ଉପରେ ପଡ଼ିଥିଲା।  ବେଳେବେଳେ ଏତେ ମାତ୍ରାରେ ତାଙ୍କ ରକ୍ତଚାପ ବଢ଼ିଯାଏ କି ହାତଗୋଡ଼ କାମ କରିବା ବନ୍ଦ କରିଦିଏ। ତେଣୁ ବାଧ୍ୟ ହୋଇ ଗ୍ରାଗାଙ୍କ ଗୋଡ଼କୁ କାଟିବାକୁ ପଡ଼ିଥିଲା ବୋଲି ଡାକ୍ତର କହିଛନ୍ତି। ଯଦି ଏପରି କରାଯାଇ ନଥାଏ ତେବେ ଏହି ବ୍ୟାକଟେରିଆ ସମ୍ପୂର୍ଣ୍ଣ ଶରୀରରେ ବ୍ୟାପି ଯାଇଥାଆନ୍ତା।

ଗ୍ରୋଗାଙ୍କ ପତ୍ନୀଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ କୁକୁରମାନଙ୍କୁ ବହୁତ ଭଲ ପାଆନ୍ତି। ସେ ଦିନର ଅଧିକାଂଶ ସମୟ କୁକୁର ସହିତ ହିଁ ବିତାଇ ଥାଆନ୍ତି।  ଫଳରେ କୁକୁର ଚାଟିବା ହେତୁ ତାଙ୍କ ରକ୍ତରେ ଇନ୍‌ଫେକ୍‌ସନ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର