କାନରେ ନୁହେଁ ଏହି ଯୁବକ ନାକରେ ଶୁଣି ହେଉଛନ୍ତି କଥା !

ଭୋପାଳ: ମଧ୍ୟ ପ୍ରଦେଶର ବଡବାନୀ ଜିଲ୍ଲାର ଏକ ଛୋଟ ଗାଁ ବନ୍ଧନପୁରାରେ ରହୁଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାର ପରିସରରେ ଅଛନ୍ତି। ବନ୍ଧନପୁରା ଗ୍ରାମରେ ବସବାସ କରୁଥିବା ଟିଲୁଙ୍କୁ କାନ ବଦଳରେ ନାକରେ ଶୁଣାଯାଏ । ଏହି ଦୃଶ୍ୟ ଦେଖିବାକୁ ବଡ଼ ବିଚିତ୍ର ଲାଗୁଛି। ଟିଲ୍ଲଙ୍କୁ ନାକରେ ଶୁଣୁଥିବା ଦେଖିବାକୁ ଅନେକ ଲୋକେ ଆସି ତାଙ୍କ ଘର ଆଗରେ ଭିଡ ଜମଉଛନ୍ତି।

ଟିଲୁଙ୍କ ଘର ଲୋକଙ୍କ କହିବାନୁସାରେ, ଛୋଟବେଳୁ ତାଙ୍କ କାନରେ କୌଣସି ଛିଦ୍ର ନଥିବା ଦେଖିବାକୁ ମିଳିଥିଲା। ଯଦ୍ୱାରା ତାଙ୍କୁ ପ୍ରଥମେ କମ୍‌ ଶୁଣାଯାଉଥିଲା । କିନ୍ତୁ କିଛି ଦିନ ପୂର୍ବେ ତାଙ୍କୁ ଶୁଭିବା ବନ୍ଦ ହୋଇଯାଇଥିଲା। ଯାହାପରେ ସେ ନାକ ଦ୍ୱାରା ଶୁଣୁଛନ୍ତି । ପ୍ରାରମ୍ଭରେ ଟିଲ୍ଲଙ୍କୁ ଏଥିରେ ଅସୁବିଧା ହେଉଥିଲା, କିନ୍ତୁ ପରେ ଏହାର ଅଭ୍ୟାସ ହୋଇଯାଇଥିଲା ।

Aquiline nose (front, right, left)

ଟିଲୁଙ୍କ ର କହିବାନୁସାରେ, ନାକ ସାମନାରେ ମୋବାଇଲ ରଖିଲେ ଅଧିକ ଭଲ ଶୁଣାଯାଏ । ଧିରେ ଧିରେ ସେ ନାକରେ ଶୁଣି କଥା ହେବାରେ ଲାଗିଥିଲେ। ବିଶେଷଜ୍ଞଙ୍କ କହିବାନୁସାରେ, ନାକ ଦ୍ୱାରା ଶୁଣିବା ସମ୍ଭବ ନୁହେଁ । କାହିଁକିନା ନାକ ଓ କାନର ଇନ୍ଦ୍ରିୟ ଭିନ୍ନ ଭିନ୍ନ ଥାଏ ଏବଂ ତାର କାମ ବି ଭିନ୍ନ ଭିନ୍ନ । ସେହି ବ୍ୟକ୍ତିଙ୍କୁ ଭଲ ଭାବରେ ଯାଞ୍ଚ କରିବା ଦରକାର।

ସମ୍ବନ୍ଧିତ ଖବର