ନୂଆଦିଲ୍ଲୀ: କିଛି ଦିନ ତଳେ ଆମେ ଏକ ଖବର ପଢ଼ିଥିଲେ ଯେ ବ୍ରାଜିଲ୍ର ବାସିନ୍ଦା ଆର୍ଥର ତାଙ୍କର ୯ ଜଣ ପତ୍ନୀଙ୍କ ସହ ରହୁଥିବା ବେଳେ ସବୁ ପତ୍ନୀଙ୍କ ପିଲାର ବାପା ହେବାକୁ ଚାହାନ୍ତି। ଏବେ ତାଙ୍କ ସଂପର୍କରେ ଆଉ ଏକ କଥା ଶୁଣିଲେ ଆପଣ ପୁଣି ଆଶ୍ଚର୍ଯ୍ୟ ହୋଇଥିଲେ। ଆର୍ଥର ୯ ଜଣଙ୍କୁ ବିବାହ କରିସାରିବା ପରେ ବି ଆଉ ୨ ଜଣଙ୍କୁ ବିବାହ କରିବାକୁ ଇଚ୍ଛା ରଖିଛନ୍ତି। ଆପଣ ଜାଣିଥିବେ ଯେ ଆର୍ଥରଙ୍କ ୯ ପତ୍ନୀଙ୍କ ମଧ୍ୟରୁ ଅଗସ୍ତା ନାମ୍ନୀ ଜଣେ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଆର୍ଥର। ସେ କହିଛନ୍ତି ଅଗସ୍ତାଙ୍କ ପରେ ସେ ତାଙ୍କ ଶୂନ୍ୟ ସ୍ଥାନ ପୂରଣ କରିବାକୁ ଜଣେ ନୁହେଁ ବରଂ ଏକାଥରକେ ୨ ଜଣଙ୍କୁ ବିବାହ କରିବେ। ଫଳରେ ତାଙ୍କ ଜୀବନରେ ରହିବେ ସମୁଦାୟ ୧୦ ପତ୍ନୀ।
ତେବେ ଏହି ୯ ଜଣଙ୍କୁ ସେ ଥର ଥର କରି ନୁହେଁ ବରଂ ଏକାଥରକେ ବିବାହ କରିଥିଲେ ଆର୍ଥର। ଆର୍ଥରଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ଲୁଅନା କଜାକି, ଯଦିଓ ସେ ୯ ଜଣ ଯାକ ପତ୍ନୀଙ୍କୁ ଗୋଟାଏ ଦିନରେ ବିବାହ କରିଥିଲେ। ସେ ଗତବର୍ଷ ନଭେମ୍ବରରେ ଏକ ଚର୍ଚରେ ଏକାଥରେ ୯ ଜଣଙ୍କୁ ବିବାହ କରିଥିଲେ। ସେତେବେଳେ ତାଙ୍କର ସବୁ ପତ୍ନୀ ବହୁବିବାହ ନୀତିରେ ବିଶ୍ବାସ ରଖୁଥିବା ବେଳେ ଅଗସ୍ତାଙ୍କୁ ପରବର୍ତ୍ତୀ ସମୟରେ ଏକ ବିବାହ ନୀତିରେ ବିଶ୍ବାସ ଆସିଗଲା। ଅଗସ୍ତା ହେଉଛନ୍ତି ନାଲି ରଂଗର ଗୋଲାକାର ମଧ୍ୟରେ ଥିବା ମହିଳା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-36.jpg)