ସମୁଦ୍ରରେ ଭାସି ଯାଉଥିବା ଯୁବକ ପିନ୍ଧିଥିବା ଜିନ୍ସ ହେତୁ ବଞ୍ଚି ଯାଇଥିଲେ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡ ବେଳାଭୂମିରୁ ୨୦ମିଲ ଦୂରରେ ଫସି ଥିବା ଜଣେ ଜର୍ମାନ୍‌ ବ୍ୟକ୍ତି ପିନ୍ଧିଥିବା ଜିନ୍ସ ହେତୁ ତିନିଘଣ୍ଟା କାଳ ନିଜକୁ ପାଣି ଭିତରେ ଜୀବିତ ରଖି ପାରିଥିଲେ।

ସୂଚନାଯୋଗ୍ୟ, ଅର୍ନେ ମୁର୍କ ନିଜ ଭାଇ ସହିତ ଆକଲ୍ୟାଣ୍ଡରୁ ବ୍ରାଜିଲ ପର୍ଯ୍ୟନ୍ତ ନୌକାବିହାର କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ୩୦ବର୍ଷୀୟ ଅର୍ନେ ମୁର୍କ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ଅର୍ନେଙ୍କୁ ତାଙ୍କ ଭାଇ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ସମୁଦ୍ରର ଲହଡି ତାଙ୍କୁ ଭସାଇ ନେଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେ ପିନ୍ଧିଥିବା ଜିନ୍ସ ହେତୁ ସମୁଦ୍ର ଭିତରେ ତିନି ଘଣ୍ଟାରୁ ଅଧିକ ସମୟ ପହଁରି ପହଁରି ନିଜକୁ ଜୀବିତ ରଖିଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅର୍ନେଙ୍କୁ ସମୁଦ୍ର ଭିତରୁ ଉଦ୍ଧାର କରିଥିଲେ।

ଅର୍ନେଙ୍କ କହିବାନୁସାରେ, ସୌଭାଗ୍ୟବଶତଃ ସେ ଜିନ୍ସ ଜରିଆରେ ପହଁରା ଶିଖିଥିବାରୁ ଆଜି ତାଙ୍କ ଜୀବନ ରକ୍ଷା ହୋଇ ପାରିଛି। ବାସ୍ତବରେ ଜିନ୍ସ ତାଙ୍କ ଜୀବନ ବଞ୍ଚାଇ ଦେଇଛି।

Sea Rescue

Imagine being stuck in the middle of the ocean for two hours without any idea if you will be saved with 2.5 metre swells pushing you from side to side? Well that is what our Rescue Crew attended yesterday. 20 nm off Tolaga Bay, a man had gone overboard from a yacht and through the quick response from our team and other rescue services, we were able to find him. He is so incredibly lucky to be alive.

Posted by Lowe Corporation Rescue Helicopter Service on Wednesday, March 6, 2019

ସମ୍ବନ୍ଧିତ ଖବର