ଯୁବକଙ୍କୁ ହୋଇଛି ଏପରି ବେମାରୀ, ୬ ମାସରେ ୪ ଥର ଛାଡ଼ିବାକୁ ପଡ଼ିଲା ଚାକିରି

ବେଳେ ବେଳେ ମଣିଷ ଶରୀରରେ ଅଦ୍ଭୂତ ପ୍ରକାରର ରୋଗ ସବୁ ଦେଖାଯାଏ, ଯାହାର କି ଉପଚାର ଖୁବ୍ କଠିନ ହୋଇପଡ଼େ। ଅନେକ ରୋଗର ଚିକିତ୍ସା ରହିଛି। ମାତ୍ର ଏମିତି ଅନେକ ରୋଗ ଅଛି, ଯାହାର ଚିକିତ୍ସା ଥିଲେ ବି ବିଶେଷ କିଛି ଫଳ ମିଳେ ନାହିଁ। ତାହାର ଏକ ଜ୍ବଳନ୍ତ ଉଦାହରଣ ଆଜି ଆମେ ଆପଣଙ୍କୁ ଦେବୁ।

ଏହା ଭିତରେ ଚର୍ଚ୍ଚାକୁ ଆସିଛି ଜଣେ ୨୨ ବର୍ଷୀୟ ଯୁବକଙ୍କ ଭିତରେ ଥିବା ଏକ ଅଦ୍ଭୂତ ରୋଗ। ଯେଉଁ ରୋଗ ପାଇଁ କି ସେ ଗତ ୬ ମାସ ମଧ୍ୟରେ ୪ଟି ଚାକିରି ଛାଡ଼ି ସାରିଲେଣି। ଯୁବକଙ୍କ ନାମ ହେଉଛି ରେୟାନ ଲୁଇସ୍‌। ସେ ବ୍ରିଟେନ୍‌ର ସେଫିଲ୍ଡରେ ରୁହନ୍ତି। ଯୁବକଙ୍କୁ ଯେଉଁ ରୋଗ ହୋଇଛି ତାହା ନାମ ହେଉଛି ସିଲିକାଲ୍‌‌ ଭୋମିଟିଂ ସିଣ୍ଡ୍ରମ୍‌। ଏହି ବେମାରୀ କାରଣରୁ ତାଙ୍କୁ ଘଣ୍ଟାକୁ ୧୦ ଥର ପର୍ଯ୍ୟନ୍ତ ବାନ୍ତି ହୋଇଥାଏ।

ଏହି ଅଦ୍ଭୂତ ବେମାରୀ କାରଣରୁ ଶରୀରରେ ବିଭିନ୍ନ ପ୍ରକାରର ଏଲର୍ଜି ହୋଇଥାଏ। ଏହା ଛଡ଼ା ପେଟ ପ୍ରବଳ ମାତ୍ରାରେ ଦରଜ ହେବା, ଝାଳ ବୋହିବା ଓ ବାରମ୍ବାର ବାନ୍ତି ହେବା ପରି ସମସ୍ୟା ଦେଖା ଦେଇଥାଏ। ରେୟାନ କହନ୍ତି କି ଏହି ବେମାରୀ କାରଣରୁ ୧ ଗ୍ଲାସ୍‌ ପାଣି ବି ତାଙ୍କ ପେଟରେ ରହିପାରେ ନାହିଁ। ସେ ଯାହା ଖାଆନ୍ତି କି ପିଅନ୍ତି ତୁରନ୍ତ ବାନ୍ତି ହୋଇଯାଏ ତାଙ୍କର।

ସେ ଗତ ୬ ମାସ ମଧ୍ୟରେ ୪ଟି ଚାକିରି ଛାଡ଼ିଥିବା ବେଳେ ୭ ଥର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏପରିକି ତାଙ୍କ ୨୨ତମ ଜନ୍ମଦିନରେ ମଧ୍ୟ ସେ ହସ୍ପିଟାଲ୍‌‌ରେ ଥିଲେ। ସେ ଆଶା ରଖିଛନ୍ତି କି ଜଲ୍‌ଦି ତାଙ୍କର ଏହି ବେମାରୀ ଭଲ ହୋଇଯିବ ଓ ସେ ତୁରନ୍ତ ସାଧାରଣ ମଣିଷ ପରି ବଞ୍ଚିବା ଆରମ୍ଭ କରିବେ।

 

 

ସମ୍ବନ୍ଧିତ ଖବର