ଦୁଇ ସେକେଣ୍ଡ ବିଳମ୍ବ ହୋଇଥିଲେ ବ୍ୟକ୍ତିଙ୍କ ଉପରେ ଖସି ପଡ଼ିଥାଆନ୍ତା ଛାତ, ଏପରି ଭାବେ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ତୁର୍କିର ରାଜଧାନୀ ଇସ୍ତାନବୁଲର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ଇସ୍ତାନବୁଲରେ କାଳବୈଶାଖୀ ହୋଇଥିଲା। ଏହି କାଳବୈଶାଖୀ ହେତୁ ସହରରେ ଅନେକ କ୍ଷତି ବି ହୋଇଥିଲା। ଏହି ସମୟର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯଦି ୨ ସେକେଣ୍ଡ ବି ବିଳମ୍ବ ହୋଇଥାଆନ୍ତା ତେବେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯିବାର ଅନେକ ସମ୍ଭାବନା ରହିଥିଲା।

 

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ କାଳବୈଶାଖୀ ମାଡି ଆସିବାରୁ ବ୍ୟକ୍ତିଜଣକ ଷ୍ଟୋର ସାମ୍ନାରେ ଥିବା ପାଦଚଲା ରାସ୍ତାରେ ଛିଡ଼ା ହୋଇ ଯାଉଛନ୍ତି। ଏହାପରେ ଖୀପ୍ର ବେଗରେ ପବନ ହୋଇଥିଲା। ଏହି ସମୟରେ ଷ୍ଟୋର ମାଲିକ ଦେବଦୂତ ସାଜିଲା ଭଲି ତାଙ୍କୁ ବାହାରେ ଛିଡ଼ା ନହୋଇ ଭିତରକୁ ଆସିବାକୁ କହିଥିଲେ।
ତେବେ ବ୍ୟକ୍ତି ଜଣକ ଭିତରକୁ ଯିବାକୁ ମନା କରିଥିଲେ। ଏହି ସମୟରେ ଷ୍ଟୋର ମାଲିକ ତାଙ୍କୁ ପୁଣିଥରେ ଭିତରକୁ ଡାକିଥିଲେ। ଏଥର ଷ୍ଟୋର ମାଲିକଙ୍କ କଥାରେ ରାଜି ହୋଇ ବ୍ୟକ୍ତି ଜଣକ ଷ୍ଟୋର ଭିତରକୁ ଚାଲି ଯାଇଥିଲେ। ଯେମିତ ହିଁ ସେ ଷ୍ଟୋର ଭିତରକୁ ପ୍ରବେଶ କରିଥିଲେ ବ୍ୟକ୍ତି ଜଣକ ଯେଉଁସ୍ଥାନରେ ଛିଡ଼ା ହୋଇଥିଲେ ସେଠାରେ ଏକ ଘରର ଛାତ ଭାଙ୍ଗି ପଡ଼ିଥିଲା।

ସମ୍ବନ୍ଧିତ ଖବର