ନୂଆଦିଲ୍ଲୀ: ନିକଟରେ କରୱାଚୌଥ ବ୍ରତ ଶେଷ ହୋଇଛି। କରୱାଚୌଥ ଦିନ ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ନିର୍ଜଳାବ୍ରତ ରଖି ଥାଆନ୍ତି। ସନ୍ଧ୍ୟାରେ ଜହ୍ନକୁ ଦେଖିବା ପରେ ସ୍ବାମୀଙ୍କ ହାତରୁ ପାଣି ପିଇ ଓଷା ଶେଷ କରିଥାଆନ୍ତି।
ତେବେ ଏହି କରୱାଚୌିଥ ଅବସରରେ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଏଥିମଧ୍ୟରୁ ଏକ ଫଟୋ ସାମ୍ନାକୁ ଆସିଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାଇରାଲ ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧ ଜଣକ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ପପୁଲାର ପର୍ଣ୍ଣ ଷ୍ଟାରଙ୍କ ମଧ୍ୟରୁ ଜଣେ ଥିବା ମିୟା ଖଲିଫାଙ୍କ ନାମରେ କରୱାଚୌଥ ବ୍ରତ ରଖିବା ରଖିଛନ୍ତି।
ସେ ପ୍ରଥମେ ଚାଲୁଣୀରେ ଜହ୍ନକୁ ଦେଖିବା ପରେ କାନ୍ଥରେ ମରାଯାଇଥିବା ଆଡଲ୍ଟ ଷ୍ଟାର ମିୟା ଖଳିଫାଙ୍କ ପୋଷ୍ଟକୁ ଦେଖି ବ୍ରତ ଶେଷ କରୁଛନ୍ତି।
ଏହି ଭିଡିଓ ସାମ୍ନାକୁ ଆସିବା ପରେ କିଛିଲୋକ ହସିହସି ବେଦମ ହୋଇ ଯାଉଥିବା ବେଳେ ଆଉ କିଛିଲୋକ ବୃଦ୍ଧଙ୍କ ଏଭଳି ବ୍ରତ କରୱାଚୌଥ ଭଳି ଏକ ବଡ଼ ବ୍ରତର ମଜାକ ଉଡ଼ାଇଥିବା କୁହାଯାଉଛି। କାରଣ କରୱାଚୌଥ ବ୍ରତ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ନିଃସ୍ବାର୍ଥପର ଭଲପାଇବାର ପ୍ରତୀକ ହୋଇଥାଏ। ଯାହାର ଏଭଳି ମଜାକ ଉଡ଼ାଇବା ଆଦୌ ଗ୍ରହଣୀୟ ନୁହେଁ।
"करवाचौथ की हार्दिक बधाई एवं शुभकामनाएं"#KarwaChauth #करवा_चौथ pic.twitter.com/wmn6CBOQTE
— गुरु जी (@guru_ji_ayodhya) October 20, 2024
ଏହି କ୍ରମରେ କିଛିଲୋକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ବୃଦ୍ଧ ମିୟା ଖଲିଫାଙ୍କ ଦୀର୍ଘାୟୁ କାମନା କରି ଯଦି ବ୍ରତ ରଖିଛନ୍ତି ଏଥିରେ ଅସୁବିଧା କେଉଁଠି ରହିଲା।’