ବିନା ହେଲମେଟରେ ଗୋଟିଏ ବାଇକ୍‌ରେ ୫ଜଣଙ୍କୁ ବସାଇ ନେଉଥିବା ଚାଳକଙ୍କୁ ପ୍ରଣାମ କଲେ ପୁଲିସ

ମୁମ୍ବାଇ: ଟ୍ରାଫିକ୍‌ ନିୟମ ଅନୁସାରେ ଗୋଟିଏ ବାଇକ୍‌ରେ ଦୁଇ ଜଣ ଲୋକ ବସିବା କଥା। ଯଦି କୋଣସି ବ୍ୟକ୍ତି ଗୋଟିଏ ବାଇକ୍‌ରେ ତିନି ଜଣ ବସାଇଛନ୍ତି କିମ୍ବା ମୁଣ୍ଡରେ ହେଲମେଟ ଦେଇ ନାହାନ୍ତି କିମ୍ବା ଗାଡିର ଡ୍ରାଇଭିଂ ଲାଇସେନ୍ସ ପାଖରେ ରଖି ନାହାନ୍ତି, ଏପରି କ୍ଷେତ୍ରରେ ଯଦି ପୁଲିସ ହାବୁଡରେ ପଡ଼ି ଯାଆନ୍ତି ତେବେ ତଣ୍ଡତ ସୁନିଶ୍ଚିତ ଗଣିବାକୁ ପଡ଼ିବ। ନିକଟରେ ଏଭଳି ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ଦେଖିବାକୁ ମିଳୁଛି ଗୋଟିଏ ବାଇକ୍‌ରେ ଜଣେ ବ୍ୟକ୍ତି ୫ଜଣଙ୍କୁ ବସାଇ ନେଉଛନ୍ତି, ପୁଣି ମୁଣ୍ଡରେ ନାହିଁ ହେଲମେଟ ତଥାପି ପୁଲିସବାବୁ ତାଙ୍କୁ ନମସ୍କାର ପକାଉଛନ୍ତି। ତେବେ ଏଭଳି ଘଟଣା କେଉଁଠି ଓ କ’ଣ ପାଇଁ ଘଟିଛି ଆସନ୍ତୁ ଜାଣିବା।

ଏପରି ଏକ ଘଟଣା ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲାର ମାଦାକାସିରାରେ ଘଟିଛି। ବାଙ୍ଗାଲୁରୁର ଆଇପିଏସ୍‌ ଅଫିସର ଅଭିଷେକ୍‌ ଗୋୟଲ, ବି ଶୁଭ କୁମାର ନାମକ ଜଣେ ପୁଲିସ ଇନ୍‌ସପ୍ଟେରଙ୍କ ଫଟୋ ତାଙ୍କ ଟୁଇଟରରେ ସେୟାର କରିଛନ୍ତି। ଯେଉଁଥିରେ ଗୋଟିଏ ବାଇକରେ ୫ଜଣ ବସି ଯାଉଥିବାର ଦେଖି ବି ଶୁଭ କୁମାର ତାଙ୍କୁ ପ୍ରଣାମ ଜଣାଇଛନ୍ତି। ଆଗକୁ ଟ୍ରାଫିକ୍‌ ନିୟମ ମାନିବାକୁ ସେ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଷେକ ଉଲ୍ଲେଖ କରିିଛନ୍ତି।

ଏହି ଫଟୋରେ ଥିବା ଆନ୍ଧ୍ରପ୍ରଦେଶର ପୁଲିସ ଅଧିିକାରୀ ଯାହା କହିଛନ୍ତି, ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହିତ ହସିହସି ବେଦମ୍‌ ହୋଇଯିବେ। ପୁଲିସ ଇନ୍ସପେକ୍ଟର ବି ଶୁଭ କୁମାର ଅନନ୍ତପୁର ଜିଲ୍ଲାର ମାଦାକାସିରା ରାସ୍ତାରେ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଫଟୋରେ ଥିବା ବ୍ୟକ୍ତି ତାଙ୍କ ହାବୁଡରେ ପଡ଼ିଥିଲେ। ଗୋଟିଏ ବାଇକ୍‌ରେ ୫ଜଣ ବସିଛନ୍ତି, ଗାଡ଼ି ଚାଳକ କେ ହନୁମନ୍ତାରୟଡୁଙ୍କ ମୁଣ୍ଡରେ ପୁଣି ହେଲମେଟ ନାହିଁ। କିଭଳି ଏପରି ବିପଦସଙ୍କୁଳ ଭାବେ ହନୁମନ୍ତାରୟଡ ତାଙ୍କ ଦୁଇପୁଅ, ପତ୍ନୀ ଓ ଜଣେ ସମ୍ପର୍କୀୟଙ୍କୁ ବସାଇ ନେଉଛନ୍ତି ତାହା ଦେଖି ସେ ତାଙ୍କୁ ପ୍ରଣାମ ଜଣାଇଥିଲେ ଏବଂ କହିଥିଲେ- ଆଜ୍ଞା ନିଜ ସୁରକ୍ଷା ନିଜେ ହାତରେ ରହିଛି। ତେଣୁ ସ ଟ୍ରାଫିକ ନିୟମ ମାନନ୍ତୁ ସୁରକ୍ଷିତ ଭାବେ ଯାତାୟତ କରନ୍ତୁ ।

ଆଇପିଏସ୍‌ ଅଫିସର ଅଭିଷେକ ଟୁଇଟରରେ ସେୟାର କରିଥିବା ଏହି ଫଟୋ ଖୁବ୍‌ ଭାଇରାଲ ହୋଇଛି। ତାଙ୍କର ଏହି ଟୁଇଟକୁ ଏଯାବତ୍‌ ୧୭୦୦ରୁ ଅଧିକ ଲୋକ ରିଟ୍‌ଇଟ କରିସାରିଲେଣି। ପାଖାପାଖି ୩୧୦୦ଲୋକ ଲାଇକ୍‌ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର