ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା। ଏହାର ନିୟନ୍ତ୍ରଣ ଲାଗି ବିଭିନ୍ନ ସ୍ତରରେ ଏକାଧିକ ପଦକ୍ଷେପ ନିଆଯାଉଛି। ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ଏପରିସ୍ଥଳେ, ସବୁଜ ବନାନୀ ସୃଷ୍ଟି ଓ ସୁରକ୍ଷା ଦିଗରେ ମଣିପୁରର ପଞ୍ଚଚାଳିଶ ବର୍ଷ ବୟସ୍କ ମୋଇର˚ଗଥେମ ଲୋହିୟାଙ୍କ ଉଦ୍ୟମ ଯେତିକି ପ୍ରଶ˚ସନୀୟ, ତତୋଧିକ ଉତ୍ସାହଜନକ। ଗଲା ଅଠର ବର୍ଷ ଧରି ସେ ପ୍ରକୃତି ସୁରକ୍ଷାରେ ପୂର୍ଣ୍ଣ ସମର୍ପିତ। ନିଜସ୍ୱ ଉଦ୍ୟମରେ ତିନି ଶହ ଏକର ପରିମିତ ଅଞ୍ଚଳରେ କ୍ରମାଗତ ଚାରା ରୋପଣ କରି ସବୁଜିମା ବଳୟରେ ପରିଣତ କରିଛନ୍ତି। ଏହି ଜଙ୍ଗଲଟି ‘ପୁ˚ସୀଲୋକ’ ଭାବେ ନାମିତ। ଏକଦା ଏହି ଜଙ୍ଗଲ ବୃକ୍ଷଲତାରେ ଆଚ୍ଛାଦିତ ଥିବା ସେ ପିଲା ଦିନେ ଦେଖିଥିଲେ। ୨୦୦୦ ମସିହାରେ କଲେଜ୍ ଶିକ୍ଷା ସମାପ୍ତ ପରେ ସେଠାକୁ ବୁଲିବାକୁ ଯାଇଥିବାବେଳେ, ଜଙ୍ଗଲର ପୂର୍ବ ସୌନ୍ଦର୍ଯ୍ୟ ନ ଥିବା ସେ ଦେଖିଥିଲେ। ଅନେକ ବୃକ୍ଷ କଟାଯାଇଥିଲା। ଜଙ୍ଗଲର ପୁନରୁଦ୍ଧାର ପାଇଁ ସେଦିନ ସେ ସେଇଠି ସଂକଳ୍ପ ନେଇଥିଲେ। ଏଥିପାଇଁ ତାଙ୍କୁ ମେଡିକାଲ୍ ରିପ୍ରେଜେନ୍ଟେଟିଭ୍ ଚାକିରି ଛାଡ଼ିବାକୁ ପଡ଼ିଥିଲା। ୨୦୦୨ରେ ଅଳ୍ପ ଲୁଗାପଟା ସହିତ ଖାଦ୍ୟ ସାମଗ୍ରୀ ଧରି ଜଙ୍ଗଲକୁ ଗଲେ। କୁଡ଼ିଆ କରି ରହିଲେ। ଗଛ ନ ଥିବା ସ୍ଥାନରେ ଚାରା ରୋପଣ ଆରମ୍ଭ କଲେ। ଆଖପାଖ ଅଞ୍ଚଳରେ ବି ଗଛ ଲଗାଇଲେ। ଏବେ ସାରା ଜଙ୍ଗଲ ବାଉଁଶ, ପଣସ, ଓକ୍, ଔଷଧୀୟ ଗୁଳ୍ମଲତା ସମେତ ମୋଟ ଦୁଇ ଶହ ପ୍ରଜାତିର ବୃକ୍ଷଲତା ଦ୍ୱାରା ସାରା ଆଚ୍ଛାଦିତ। ଏକାଧିକ ପ୍ରଜାତିର ପକ୍ଷୀ, ସାପ, ନେଉଳ, ହରିଣ ତଥା ଅନ୍ୟାନ୍ୟ ଜୀବନଜନ୍ତୁଙ୍କ ପାଇଁ ଏହି ଜଙ୍ଗଲ ନିର୍ଭୟ ଆଶ୍ରୟସ୍ଥଳୀରେ ପରିଣତ ହୋଇଛି। ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି। ଲୋହିୟାଙ୍କ କାର୍ଯ୍ୟରେ ତାଙ୍କୁ କେତେକ ବନ୍ଧୁ ଓ ସ୍ବେଚ୍ଛାସେବୀ ସାହାଯ୍ୟ କରୁଛନ୍ତି।
୩୦୦ ଏକର ଜଙ୍ଗଲର ସ୍ରଷ୍ଟା ମଣିପୁରର ୪୫ ବର୍ଷ ବୟସ୍କ ମୋଇର˚ଗଥେମ ଲୋହିୟା
/sambad/media/post_attachments/wp-content/uploads/2019/10/forest-man.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)