ନୂଆଦିଲ୍ଳୀ: ଆପଣ ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ। ଜୀବଯନ୍ତୁମାନଙ୍କର ଅନେକ ଭିଡିଓ ଆପଣଙ୍କ ଆଖିରେ ପଡ଼ିଥିବ। ବାଘ, ସିଂହରୁ ନେଇ ସାପ, ନେଉଳ ଆଦି ବିଭିନ୍ନ ଜୀବଯନ୍ତୁଙ୍କ ଭିଡିଓ ଲୋକଙ୍କୁ ଭୟଭୀତ କରିବା ସହିତ ବିସ୍ମିତ କରିଛି।

Advertisment

ଆମେ ଆଜି ଆପଣଙ୍କୁ ଏକ ସାପ ଭିଡିଓ ବିଷୟରେ କହିବୁ। ଯାହାକୁ ଦେଖିବା ପରେ ଆପଣ ବିସ୍ମିତ ହୋଇପଡ଼ିବେ। ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ ହୋଇଥିବା ଏହି ଭିଡିଓରେ ଜଣେ ଯୁବକ ଦୁଇଟି ଅହିରାଜଙ୍କ ସାମ୍ନାରେ ବସିଥିବାର ନଜର ଆସିଛନ୍ତି। ଯୁବକ ଜଣକ କେବଳ ଏହି ୨ ବିଷଧର ସାପଙ୍କ ପାଖରେ ବସିନାହାନ୍ତି। ବରଂ ସେ ପାଣି ଢାଳି ସେ ସାପ ଦ୍ବୟଙ୍କୁ ଗାଧୋଇ ବି ଦେଉଛନ୍ତି।

ସେହି ସମୟର ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାର ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଚକିତ ହୋଇ ପଡ଼ିଛନ୍ତି। ସାପ ଦ୍ବୟଙ୍କୁ ଗଧୋଇ ଦେଉଥିବା ଯୁବକ ଜଣକ ହେଉଛନ୍ତି ଜଣେ ସାପ ଉଦ୍ଧାରକାରୀ।

ସେ ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଥିବା ଏହି ଭିଡିଓଟି ଦେଖିବାକୁ ଯେତିକି ଆକର୍ଷଣୀୟ ଲାଗୁଛି ସେତିକି ଭୟ ବି ଲାଗୁଛି। କ୍ଲିପ୍ ଆରମ୍ଭରେ ଦୁଇଟି ସାପ ଏକ ପ୍ରାଙ୍ଗଣରେ ବସିଥିବାର ନଜର ଆସିଛନ୍ତି।  କିଛି ସମୟ ପରେ ଜଣେ ଯୁବକ ପାଣିରେ ପରିପୂର୍ଣ୍ଣ ଏକ ମଗ ନେଇ ସେ ଦୁଇ ଜଣଙ୍କ ଉପରେ ଢାଳିବା ଆରମ୍ଭ କରି ଦେଇଛନ୍ତି।

ଏହି ଭିଡିଓଟିକୁ ୩ ଦିନ ପୂର୍ବରୁ ପୋଷ୍ଟ କରାଯାଇଛି। ଭିଡିଓଟି ସେୟାର୍‌ ହେବା ପରଠାରୁ, ଏହାକୁ ୨୪ ହଜାରରୁ ଅଧିକ ଥର ଦେଖାଯାଇଛି। ଭିୟୁ ବଢ଼ି ବଢ଼ି ଚାଲିଥିବା ବେଳେ ପ୍ରାୟ ୧୪୦୦ ଲାଇକ୍ ମିଳିସାରିଲାଣି। କମେଣ୍ଟ୍‌ ବକ୍ସ‌ରେ ଖାଲି ‘ହର ହର ‌ମହାଦେବ’ ଲେଖାଥିବା ଦେଖିବାକୁ ମିଳିଛି।