ମୁମ୍ବାଇ: ‘କର୍ପୋରେଟ୍‌ ସେକ୍ଟରରେ ଚାକିରି କଲେ ଟଙ୍କା ସିଧାସଳଖ ହାତକୁ ଆସିବ ସତ, କିନ୍ତୁ ଚ‌ାଷ କଲେ ଯେଉଁ ଆତ୍ମସନ୍ତୋଷ ମିଳୁଛି ତାହା କେବେ ମୁଁ ପାଇପାରିନଥାନ୍ତି’। ଏଭଳି କଥା ଆମେ କହୁନୁ, ଏ କଥା ହେଉଛି ଆଇଟି ଚାକିରିକୁ ପଛ କରି ଚାଷ‌ କରି ନିଜକୁ ସ୍ବାବଲମ୍ବୀ ବନାଇଥିବା ୨୮ ବର୍ଷୀୟ ଯୁବ ସଫ୍ଟୱେୟାର୍‌ ଇଞ୍ଜିନିୟର ରୋହିତ ଗୁପ୍ତାଙ୍କର। ସେ କହନ୍ତି କି ପ୍ରକୃତିର ନିକଟତର ହେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସବୁଠାରୁ ବଡ଼ କଥା ହେଲା, ଏହି କାମରେ ନିଜକୁ ବ୍ୟସ୍ତ ରଖିବା ପରେ ସେ ପ୍ରକୃତ ନିଜକୁ ପାଇଛନ୍ତି ବୋଲି ଅନୁଭବ କରନ୍ତି।

Advertisment

ବର୍ଷକୁ ୨୫ ଟନ୍‌ ସାମୁଦ୍ରିକ ଖାଦ୍ୟ ବିକ୍ରି କରିବା ସହ ଗୋଟିଏ ସପ୍ତାହ ମଧ୍ୟରେ ୨୦୦ କିଲୋରୁ ଅଧିକ ପନିପରିବା ବିକ୍ରି କରୁଥିବା ରୋହିତ କହନ୍ତି ଚାକିରି ଛାଡ଼ି ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ବୋଲି ଥରୁଟିଏ ବି ଅନୁତାପ କରିନାହାନ୍ତି।

ପ୍ରଥମେ ସେ ମୁମ୍ବାଇର ଏକ ଆଇଟି କମ୍ପାନିରେ କାମ କରୁଥିବା ବେଳେ ତାଙ୍କ ଅବସରପ୍ରାପ୍ତ କମାଣ୍ଡର ମାମୁ ରମଣ କୁମାର ଅଗ୍ରୱାଲଙ୍କଠାରୁ ସେ ପ୍ରଥମେ ଆକ୍ବାପୋନିକ୍ସ ପଦ୍ଧତି ବିଷୟରେ ଶୁଣିଥିଲେ। ସେତେବେଳେ ଏ ନେଇ ତାଙ୍କର କୌଣସି ଜ୍ଞାନ ନ ଥିଲା। ଆକ୍ବାପୋନିକ୍ସ ହେଉଛି କେବଳ ଗୋଟିଏ ପ୍ରଣାଳୀ, ଯାହାର ବ୍ୟବହାର କରି କମ୍ ଜଳରେ ଉଭୟ ମାଛ ପ୍ରଜନନ ଏବଂ ପନିପରିବା ଚାଷ କରିବା। ଏହି ବିଷୟରେ ମାମୁଙ୍କଠାରୁ ଜ୍ଞାନ ପାଇବା ପରେ ଆକ୍ବାପୋନିକ୍ସ ପ୍ରଣାଳୀରେ ଚାଷ ଆରମ୍ଭ କରିଥିଲେ ରୋହିତ।

ବିଭିନ୍ନ ଗବେଷଣା କେନ୍ଦ୍ର ପରିଦର୍ଶନ କରି ସେ ଏହି ଚାଷ ସଂପର୍କରେ ପ୍ରଥମେ ନିଜର ଜ୍ଞାନ ବଢ଼ାଇଥିଲେ। ଏହି ଚାଷ ଉପରେ ନିଜ ଆତ୍ମବିଶ୍ବାସ ବଢ଼ିଯିବା ପରେ ମୁମ୍ବାଇରୁ ଚାକିରି ଛାଡ଼ି ନିଜ ଜନ୍ମସ୍ଥାନ ପଞ୍ଜାବକୁ ଫେରି ଆସିଥିଲେ ରୋହିତ।

publive-image www.thebetterindia.com

ଆକ୍ବାପୋନିକ୍ସି କୃଷି ପ୍ରଣାଳୀ ସିଙ୍ଗାପୁର, ଆମେରିକା ଏବଂ ଇସ୍ରାଏଲ ଭଳି ଦେଶରେ ପ୍ରସିଦ୍ଧ ହୋଇଥିବା ବେଳେ ଧୀରେ ଧୀରେ ଭାରତରେ ବି ମୁଣ୍ଡ ଟେକୁଛି। ରୋହିତ କହନ୍ତି କି ପାରମ୍ପରିକ କୃଷି ତୁଳନାରେ ଏହି କୌଶଳ ୯୦ ପ୍ରତିଶତ କମ୍‌ ଜଳ ଆବଶ୍ୟକ କରେ ଓ ଏହାର ଉତ୍ପାଦନ ପାରମ୍ପରିକ କୃଷି ତୁଳନାରେ ୧୦ ଗୁଣ ଅଧିକ। ଭାରତରେ କୃଷିର ଉନ୍ନତି ଆଣିବାକୁ ଏହି କୃଷି ବାବଦରେ ସ୍ଥାନୀୟ କୃଷକଙ୍କୁ ଅବଗତ କରାଇବାରୁ ଚିନ୍ତା କରିଛନ୍ତି ରୋହିତ।

ତାଙ୍କ ଜମିରେ ପ୍ରାୟ ୧ ହଜାର ଟମାଟୋ ଗଛ ଥିବା ବେଳେ ଗୋଟାଏ ଗଛରୁ ସେ ପ୍ରାୟ ୮ରୁ ୯ କିଲୋ ଟମାଟୋ ଉତ୍ପାଦନ କରିଥାନ୍ତି। ଏହା ବ୍ୟତୀତ ତାଙ୍କ ଜମିରେ ଅମୃତଭଣ୍ଡା, ତରଭୁଜ, ଚେରି ଉତ୍ପାଦନ ବି ହୋଇଥାଏ। ସେ ମାଛ ଚାଷ ବି କରନ୍ତି। ସେ ପ୍ରାୟ ୧୦୦ ବର୍ଗ ମିଟର୍‌ର ମାଛ ପୋଖରୀରୁ ୨୧ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି। ସ୍ଥାନୀୟ ବିକ୍ରେତା ଏବଂ ଫାଷ୍ଟଫୁଡ୍ ଷ୍ଟଲରେ ଯୋଗାଇ ଦିଆଯାଉଥିବା ରୋହିତଙ୍କ ଫାର୍ମର ଏହି ମାଛମାନଙ୍କର ସାଧାରଣ ମାଛ ଅପେକ୍ଷା ବିଶେଷ ଚାହିଦା ରହିଛି।