ନୂଆଦିଲ୍ଲୀ: ଲୋକମାନେ ଆଜିକାଲି ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଜୀବନକୁ ବାଜି ଲଗାଇ ଦେବାକୁ ବି ପଛାଉ ନାହାନ୍ତି। ନିକଟରେ ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଶରୀରରେ ନିଆଁ ଲଗାଇ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ଏହି ବ୍ୟକ୍ତି ଜଣକଙ୍କ ନାମ ଏବେ ଗିନିଜ ୱାଲର୍ଡ ରେକର୍ଡରେ ନାମିତ ହୋଇଛି।

Advertisment

ଗିନିଜ ୱାଲର୍ଡ ରେକର୍ଡ ମୁତାବକ, ଜୋନାଥନ ଭେରୋ ନାମକ ଜଣେ ବ୍ୟକ୍ତି ବିନା ଅକ୍ସିଜେନରେ ପ୍ରୋଟେକ୍ଟିଭ ସୁଟ ପିନ୍ଧି ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ସେଭଳି ଭାବେ ନିଆଁ ଲାଗିଥିବା ବେଳେ ଜୋନାଥନ ୨୭୨.୨୫ ମିଟର ପର୍ଯ୍ୟନ୍ତ ଦୌଡ଼ିବାକୁ ଲାଗିଥିଲେ। ଏମିତି କରି ଜୋନାଥନ ତାଙ୍କ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏହି ରେକର୍ଡ ପୂର୍ବରୁ ଜୋନାଥନ ୨୦୪.୨୩ ମିଟର ଦୌଡ଼ିଥିଲେ।

ଗିନିଜ ୱାଲର୍ଡ ରେକର୍ଡ ଜୋନାଥନଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଏହା ଏଯାବତ ସବୁଠାରୁ ଶ୍ରେଷ୍ଠ ଫଟୋ। ୧୪ବର୍ଷ ପୂର୍ବେ ଇଂଲଣ୍ଡର କିଥ ମେଲକମ ଏହି ରେକର୍ଡ ନିଜ ନାମରେ କରିଥିଲେ।

ଜୋନାଥନ ଜଣେ ଫାୟାର ଫାଇଟର ରହିବା ସହିତ ପେସାରେ ଜଣେ ଷ୍ଟଣ୍ଟମ୍ୟାନ ବି ରହିଛନ୍ତି। ଜୋନାଥନ ନିଆଁ ଲିଭାଇବା ସହିତ ଫାୟର ସୋ’ କରିବାକୁ ଭଲ ପାଆନ୍ତି। ଏଯାବତ ସେ ଅନେକ ଫାୟର ସୋ’ କରି ଚର୍ଚ୍ଚାରେ ଥିବା ବେଳେ ଅନେକ ପ୍ରଶଂସା ବି ସାଉଁଟିଛନ୍ତି।