କିଛି ଦୋଷ ନକରି ଜେଲରେ ରହିବାକୁ ସାଙ୍ଗରେ ପୋଷାକ, ସାବୁନ ,ଶାମ୍ପୁ, ବ୍ରଶ୍‌ ଓ ପେଷ୍ଟ ଆଣି ଏହି ବ୍ୟକ୍ତି ପୁଲିସ ନିକଟରେ କାହିଁକି ଜିଦ୍‌ କରି ବସିଥିଲେ ଜାଣନ୍ତୁ

ଗାଜିଆବାଦ୍‌: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଜଣେ ବ୍ୟକ୍ତି ଥାନାକୁ ଯିବା ପାଇଁ ପୁଲିସ ପାଖରେ ଅଡ଼ି ବସିଥିଲେ। ଏହା ପଛର କାରଣ ହେଉଛି ଯୁବକଙ୍କୁ କିଶୋରବସ୍ତାରୁ ନିଶା କରିବା ଅଭ୍ୟାସ ଲାଗି ଯାଇଥିଲା । ସେ ଏବେ ନିଶାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ଘରେ ରହିଲେ ନିଶା ଠାରୁ ଦୂରେଇ ରହି ପାରୁ ନାହାନ୍ତି। ଏଭଳି ସ୍ଥିତିରେ ସେ ଜେଲ୍‌ ଭିତରେ ହିଁ ରହିବାକୁ ଚାହୁଁଛନ୍ତି । ଯାହାଦ୍ୱାରା ସେ ନିଶାରୁ ମୁକ୍ତି ପାଇପାରିବେ ।

ତେବେ ଯୁବକଙ୍କ ଏହି କଥା ଶୁଣି ଜିଆରପି ଥାନା ପ୍ରଭାରୀ ଚକିତ ହୋଇ ଯାଇଥିଲେ । ଯୁବକ ଜଣକ ପାଖାପାଖି ୨ଘଣ୍ଟା ପର୍ଯ୍ୟନ୍ତ ଜେଲ୍‌ ଯିବା ପାଇଁ ଏଭଳି ଅଡି ବସିଥିଲେ । କିନ୍ତୁ ବିନା କୌଣସି ଅପରାଧରେ କୌଣସି ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଭର୍ତ୍ତି କରିପାରିବେ ନାହିଁ ବୋଲି କହିଥିଲେ। ତେଣୁ ସେ ନିରାଶ ହୋଇ ଘରକୁ ଫେରିଥିଲେ।

ସୂଚନା ମୁତାବକ , ଅଲିଗଡରେ ରହୁଥିବା ୨୨ ବର୍ଷୀୟ ଯୁବକ ଅନିସ୍‌ ଅଲବ ନିଜ ପରିବାର ସହ ବସବାସ କରନ୍ତି। ଶନିବାର ସେ ଦୁଇ ହଳ ପୋଷାକ, ସାବୁନ ,ଶାମ୍ପୁ, ବ୍ରଶ୍‌ ଓ ପେଷ୍ଟ ସାଙ୍ଗରେ ନେଇ ଥାନାରେ ପହଞ୍ଚିଥିଲେ ଏବଂ ଥାନାରେ ପଶି ସିଧା ହାଜତ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । ପୁଲିସ ଯେତେବେଳେ ତାଙ୍କୁ କ’ଣ ଅପରାଧର କରିଛ ବୋଲି ପଚାରିଲା ଯୁବକ ଜଣକ କହିଲେ , ‘ମୁଁ ନିଶାଖୋର । ୧୨ବର୍ଷ ବୟସରୁ ମୋତେ ନିଶାର ଅଭ୍ୟାସ ଲାଗିଲାଣି। ଘରେ ରହିଲେ ନିଶା ଛଡାଇ ପାରୁ ନାହିଁ। ସେଥିପାଇଁ ଥାନାକୁ ଆସିଛି ଏଠାରେ କିଛି ଦିନ ରହିଲେ ନିଶା ଛାଡିଯିବ । ନିଶା ପାଇଁ ମୁଁ ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇ ପାରୁ ନାହିଁ। ମା’ ମୂଲ ଲାଗି ଗୁଜୁରାଣ ମେଣ୍ଟାଉଛି।’

 

ସମ୍ବନ୍ଧିତ ଖବର